Posted inଜାତୀୟ

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ଲାଗିଛନ୍ତି । ଆଉ ଏଭଳି ସ୍ଥିତିରେ ଭାରତ ରୁଷିଆ ଭଳି ଖଣ୍ଡବିଖଣ୍ଡିତ ହୋଇଯିବ । ଭାରତୀୟ ଜନତା ପାର୍ଟି(ଭାଜପା) ସଞ୍ଜୟଙ୍କ ଏହି ଲେଖାକୁ ନେଇ ଆପତ୍ତି ଉଠାଇଛି । ଭାଜପା ମହାରାଷ୍ଟ୍ରରେ ଶାସକ ଶିବସେନା, ଏନ୍‌ସିପି ଓ କଂଗ୍ରେସକୁ ଘେରିଛି । ଭାଜପା କହିଛି ଶିବସେନା ଦେଶର ଶହୀଦଙ୍କର ଅପମାନ କରିଛି । ରାଉତ ଆହୁରି ମଧ୍ୟ ଲେଖିଛନ୍ତି, ସରକାରଙ୍କ ପାଖରେ ପଇସା ନାହିଁ, ହେଲେ ନିର୍ବାଚନ ଜିତିବା ଲାଗି, ସରକାର ଭାଙ୍ଗିବା-ଗଢିବା ଲାଗି ପଇସା ଅଛି । ଯଦି ଏଭଳି ସ୍ଥିତିରେ ଆମ ପ୍ରଧାନମନ୍ତ୍ରୀଙ୍କୁ ରାତିରେ ଭଲ ନିଦ ହେଉଛି ତେବେ ତାଙ୍କୁ ପ୍ରଶଂସା କରିବା ଦରକାର । ନିକଟରେ ଭାଜପା ନେତା କୈଳାଶ ବିଜୟଭର୍ଗିୟ ଯାହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରଙ୍କୁ ଓପାଡି ଫୋପାଡି ଦେବାକୁ ପ୍ରୟାସ କରିଥିଲେ । ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ବିଶେଷ ରୁଚି ରଖୁଛନ୍ତି ତେବେ କ’ଣ ହେବ । ରାଜନୈତିକ ଅହଂକାର ଯୋଗୁ ମୁମ୍ବାଇର ମୋଟ୍ରୋକୁ ବନ୍ଦ କରି ଦିଆଗଲା । ଯଦି କେନ୍ଦ୍ର ସରକାରଙ୍କ ଚିନ୍ତାରେ ଏତିକି ଆସୁନି କି ରାଜନୈତିକ ଲାଭ ପାଇଁ ଆମେ ଜନତାଙ୍କ କ୍ଷତି କରୁଛୁ ତେବେ ରୁଷିଆ ଭଳି ଆମ ଦେଶରେ ମଧ୍ୟ ବିଭାଜନ ହେବାକୁ ବେଶି ସମୟ ଲାଗିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri