Posted inଜାତୀୟ

ଦଳ ପାଇଁ ତ୍ୟାଗ: ୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ‘ପ୍ରତିଜ୍ଞା’

ଭୋପାଳ,୨୩।୧୨: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ବିରଳ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସେଠାରେ ଉପସ୍ଥିତ ରହିଥିଲେ। ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇଥିଲେ। ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ଅନୁପପୁରର ଭାଜପା ଜିଲା ଅଧ୍ୟକ୍ଷ ରାମଦାସ ପୁରୀ ବଡ଼ ପ୍ରତିଜ୍ଞା ନେଇଥିଲେ। ଯେତେବେଳ ଯାଏ ରାଜ୍ୟରେ ଭାଜପା ସରକାର ଆସିବ ନାହିଁ ସେ ପାଦରେ ଯୋତା ପିନ୍ଧିବେ ନାହିଁ ବୋଲି କହିଥିଲେ। ୨୦୧୭-୧୮ରେ ସେ ଏହି ପ୍ରତିଜ୍ଞା ନେଇଥିବା ବେଳେ ଏଯାଏ ଖାଲି ପାଦରେ ଥିଲେ। ଏବେ ଭାଜପା ରାଜ୍ୟରେ ସରକାର ଗଢ଼ିବା ପରେ ସେ ପ୍ରାୟ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି।

କହିରଖୁଛୁ, ରାମଦାସଙ୍କ ପ୍ରତିଜ୍ଞା ପରେ ଶିବରାଜ ମଧ୍ୟ ଏକ ସଂକଳ୍ପ ନେଇଥିଲେ। ସେ ଶନିବାର ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇ ସଂକଳ୍ପ ପୂରଣ କରିଥିଲେ। ଏହି ସମୟରେ ଶିବରାଜ ବେଶ ଭାବୁକ ନଜର ଆସିଥିଲେ। ସେ ରାମଦାସଙ୍କୁ ଆଲିଙ୍ଗନ କରିଥିଲେ। ତେବେ ପରେ ରାମଦାସଙ୍କ ଭଳି କର୍ମୀ ହିଁ ଦଳର ଶକ୍ତି। ୨୦୨୦ରେ ମଧ୍ୟ ସେ ଚପଲ ପିନ୍ଧି ନ ଥିଲେ। ପୁଣିଥରେ ସରକାର ଆସିଲେ ପିନ୍ଧିବେ ବୋଲି ଶିବରାଜ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri