ଶିବାଶିଷ ରାଉତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବାବେଳେ ୪୩,୨୦୪ଜଣ ପାସ୍‌ କରିଛନ୍ତି। କମନ୍‌ ର଼୍ୟାଙ୍କ୍‌ ଲିଷ୍ଟ (ସିଆର୍‌ଏଲ୍‌)ରେ ଚିରାଗ ଫାଲୋର ୩୯୬ ନମ୍ବରରୁ ୩୫୨ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ତେବେ ଭୁବନେଶ୍ୱରର ଶିବାଶିଷ ରାଉତ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୨୮୭ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭୩ତମ ର଼୍ୟାଙ୍କ୍‌ରେ ରହିଛନ୍ତି। ଫଳାଫଳ ଜାଣିବା ପରେ ଶିବାଶିଷ ଖୁସିବ୍ୟକ୍ତ କରି କହିଛନ୍ତି ଯେ, ଆଶାଠାରୁ ଭଲ ରେଜଲ୍ଟ ହୋଇଛି। ମୁଁ ପ୍ରତିଦିନ ୧୦ ରୁ ୧୧ ଘଣ୍ଟା ଅଧ୍ୟୟନ କରୁଥିଲି। ଶିକ୍ଷକଙ୍କ ମାର୍ଗଦର୍ଶନ ଓ ସମର୍ଥନ ମୋ ମନରେ ବିଶେଷ ସାହସ ଓ ଆଗ୍ରହ ସୃଷ୍ଟି କରିଥିଲା। ବର୍ତ୍ତମାନ କେବଳ ଦିଲ୍ଲୀ କିମ୍ବା ମୁମ୍ବାଇ ପରି ଭଲ ଆଇଆଇଟିରେ ପ୍ରବେଶ କରିବା ମୋର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସେହିଭଳି ଆଇଆଇଟି ରୁର୍‌କି ଜୋନ୍‌ର କନିଷ୍କା ମିତ୍ତଲ ୧୭ ର଼୍ୟାଙ୍କ୍‌ ସହ ଛାତ୍ରୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୯୬ ନମ୍ବର ମଧ୍ୟରୁ ୩୧୫ ନମ୍ବର ହାସଲ କରିଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର ଜିଲାର ରୌନକ ଡାଲମିଆ ସର୍ବଭାରତୀୟ ସ୍ତରରେ ୫୨ ର଼୍ୟାଙ୍କ୍‌ ହାସଲ କରିଥିଲେ ମଧ୍ୟ ସେ ଛତିଶଗଡ଼ ରାୟପୁରରେ ପରୀକ୍ଷା ଦେଇଥିଲେ।
ଚଳିତବର୍ଷ କୌଣସି ଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ୨୦୨୦ର ଟପ୍‌ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇ ନ ଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ୍‌ jeeadv.ac.inରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ରୋଲ୍‌ ନମ୍ବର ଓ ପାସ୍‌ୱାର୍ଡ ବ୍ୟବହାର କରି ସେମାନେ ଉକ୍ତ ଓ୍ବେବ୍‌ସାଇଟ୍‌ରୁ ନିଜର ସ୍କୋରକାର୍ଡ ଓ ରାଙ୍କ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri