ଫେରିବେ ଶିବାଙ୍ଗୀ, ଖାଲି ବଦଳିବ ଚରିତ୍ର

ବମ୍ବେ: ଫେରୁଛନ୍ତି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ। ଭାବୁଥିବେ କେଉଁଠିକୁ। ଧାରାବାହିକ ‘ୟେ ରିସ୍ତା କ୍ୟା କହଲତା’କୁ ଶିବାଙ୍ଗୀ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା ଗୁଜବ ସାବ୍ୟସ୍ତ ହୋଇଛି। କିଛିଦିନ ତଳେ ଶିବାଙ୍ଗୀଙ୍କ ଚରିତ୍ର ନାଏରାର ମୃତ୍ୟୁ ଘଟିଥିଲା। ହେଲେ ସେ ଶୋ’କୁ ପୁନର୍ବାର ଫେରିବେ। ଖାଲି ଯାହା ଚରିତ୍ର ବଦଳିଯିବ। ଏକ ପ୍ରୋମୋରେ ତାଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ବକ୍ସିଂ ରିଙ୍ଗରେ ଗ୍ଲାମର ଲୁକ୍‌ ଦେଖି ପ୍ରଶଂସକ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଆଗାମୀ ଦିନରେ ନାଏରା-କାର୍ତ୍ତିକଙ୍କ ନୂଆ ରୋମାନ୍ସ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Share