ହାର୍‌ ମାନିଛି ବୟସ: ୧୦୮ ବର୍ଷ ବୟସରେ ସେଲୁନରେ କେଶ କାଟି କଲେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଟୋକିଓ: ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରରେ ୧୦୮ ବର୍ଷୀୟା ମହିଳା ଶିତ୍‌ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନ ପାଇଛନ୍ତି। ଗୁରୁବାର ନାକାଗାଓ୍ବା ସହରରେ ଥିବା ହାକୋଇଶିଙ୍କ ସେଲୁନରେ ଜିଡବ୍ଲ୍ୟୁଆର୍‌ର ଅଧିକାରୀମାନେ ତାଙ୍କୁ ସବୁଠାରୁ ବୟସ୍କ ମହିଳା ବାରିକ ଭାବେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ମୁହୂର୍ତ୍ତକୁ ହାକୋଇଶିଙ୍କ ନିୟମିତ ଗ୍ରାହକ ଏବଂ ସ୍ଥାନୀୟ ଲୋକେ ମିଶି କେକ୍‌ କାଟି ସେଲିବ୍ରେଟ୍‌ କରିଥିଲେ। ସେହିପରି ଏହି ବିଶେଷ ମୁହୂର୍ତ୍ତ ପାଇଁ ହାକୋଇଶିଙ୍କ ସେଲୁନକୁ ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଥିଲା।
ହାକୋଇଶି ନାକାଗାଓ୍ବାରେ ଜନ୍ମ ଗ୍ରହଣ କରିଥିଲେ। ୧୯୩୬ରେ ମାତ୍ର ୨୦ ବର୍ଷ ବୟସରେ ସେଲୁନ ଖୋଲିବା ପାଇଁ ତାଙ୍କୁ ଲାଇସେନ୍ସ ମିଳିଥିଲା। ତାଙ୍କ ସ୍ବାମୀ ମଧ୍ୟ ଜଣେ କେଶ କଟାଳି ଥିଲେ। ସେ ସ୍ବାମୀଙ୍କ ସହ ମିଶି ଜାପାନର ରାଜଧାନୀ ଟୋକିଓରେ ନିଜ ପ୍ରଥମ ସେଲୁନ ଖୋଲିଥିଲେ। ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାସହ ସେ ନିଜ ଦୋକାନ ମଧ୍ୟ ହରାଇଥିଲେ। ଫଳରେ ହାକୋଇଶି ନିଜ ବାପଘର ନାକାଗାଓ୍ବାକୁ ଫେରି ଆସିଥିଲେ। ସେ ନାକାଗାଓ୍ବାରେ ନୂତନ ସେଲୁନ ଆରମ୍ଭ କରି ନିଜ ୨ ପିଲାଙ୍କ ଲାଳନ ପୋଷଣ କରିଥିଲେ। ଏହି ସେଲୁନ ବର୍ତ୍ତମାନ ମଧ୍ୟ ଚାଲିଛି। ଜିଡବ୍ଲ୍ୟୁଆର୍‌ରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ। ଏହି ସମୟକୁ ସେ ଖୁବ୍‌ ଉପଭୋଗ କରିଥାନ୍ତି। ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି ବୋଲି ହାକୋଇଶି କହିଛନ୍ତି। ଯେପର୍ଯ୍ୟନ୍ତ ତାଙ୍କ ସେଲୁନକୁ ଗ୍ରାହକ ଆସୁଥିବେ, ସେଯାଏ ସେ ସେମାନଙ୍କୁ ସେବା ପ୍ରଦାନ କରି ଚାଲୁଥିବେ ବୋଲି ଏହି ବୟସ୍କା କେଶ କଟାଳି କହିଛନ୍ତି। ପ୍ରକାଶ ଯେ, ୨୦୨୧ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ପାଇଁ କରାଯାଇଥିବା ମଶାଲ ରିଲେରେ ଅଂଶଗ୍ରହଣ କରିବାକୁ ହାକୋଇଶିଙ୍କୁ ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri