Posted inଖେଳ

ଚମକିଲେ ଜୁନିୟର ତେନ୍ଦୁଲକର, ଗୋଟିଏ ଓଭରରେ ମାରିଲେ ୫ ଛକା

ମୁମ୍ବାଇ,୧୫।୨: ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ) ଆନୁକୂଲ୍ୟରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଉଭୟ ବ୍ୟାଟ ଓ ବଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ନିଜ ଦଳ ଏମ୍‌ଆଇଜି କ୍ରିକେଟ କ୍ଲବକୁ ବିଜୟୀ କରାଇଛନ୍ତି। ଏହି ମ୍ୟାଚ୍‌ରେ ଏମ୍‌ଆଇଜି ୧୯୪ ରନରେ ଇସ୍‌ଲାମ ଜିମ୍‌ଖାନ୍ନାକୁ ପରାସ୍ତ କରିଛି। ଅର୍ଜୁନ ଏହି ମ୍ୟାଚ୍‌ରେ ୩୧ ବଲରୁ ଦ୍ରୁତ ଅପରାଜିତ ୭୭ ରନ୍‌ କରିବା ସହ ୪୧ ରନ୍‌ ଦେଇ ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିଲେ। ୨୧ ବର୍ଷୀୟ ଅର୍ଜୁନ ତାଙ୍କ ଇନିଂସରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ। ଅଫ୍‌ ସ୍ପିନର ହସିର ଦାଫେଦାରଙ୍କ ଗୋଟିଏ ଓଭରରେ ସେ ୫ଟି ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ଆଇଜି ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୭ ଉଇକେଟ ହରାଇ ୩୮୫ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍‌ଖାନା ୪୧.୫ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଥିଲା। ବୋଲିଂରେ ବିଜୟୀ ଦଳ ତରଫରୁ ଅଙ୍କୁଶ ଜୟସ୍ବାଲ, ଶ୍ରେୟାସ ଗୌରବ ଓ ଅର୍ଜୁନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। କିଛି ଦିନ ତଳେ ଅର୍ଜୁନ ମୁମ୍ବାଇ ତରଫରୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ପଦାର୍ପଣ କରିଥିଲେ। ସେ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ଆୟୋଜନ ହେବାକୁ ଥିବା ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି। ଚେନ୍ନାଇରେ ଆସନ୍ତା ୧୮ ତାରିଖରେ ନିଲାମ ଆୟୋଜନ ହେବ। ପୂର୍ବରୁ ମଧ୍ୟ ଅର୍ଜୁନ ଭାରତୀୟ ଜାତୀୟ ଦଳ ପାଇଁ ନେଟ୍ସରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ସେ ୧୯ ବର୍ଷରୁ କମ୍‌ ଦଳ ସହ ଶ୍ରୀଲଙ୍କା ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri