Posted inଜାତୀୟ

ଶିନ୍ଦେ-ଫଡନାଭିସ ଫାଟ ବଢ଼ିବା ନେଇ ଚର୍ଚ୍ଚା, ଗୋଟିଏ ମଞ୍ଚରେ ନଜର ଆସୁ ନାହାନ୍ତି ଦୁଇ ନେତା…

ମୁମ୍ବାଇ,୧୪।୬ : ଗତ ଦୁଇ ସପ୍ତାହ ଧରି ଗଣମାଧ୍ୟମ ରିପୋର୍ଟ ଆସୁଛି, ମହାରାଷ୍ଟ୍ର ସରକାରଙ୍କ ଦୁଇ ବଡ ନେତାଙ୍କ ମଧ୍ୟରେ ସବୁ ଠିକ ଚାଲି ନାହିଁ। ଯଦି ଏହି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଭାଜପା ଶିବସେନା ସରକାରଙ୍କ ଦୁଇ ବରିଷ୍ଠ ନେତା ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି ଏବଂ ଉଭୟ ନେତାଙ୍କ ଏବେ ଏକାଠି ଗୋଟିଏ ମଞ୍ଚରେ ଦେଖାଯାଉ ନାହାନ୍ତି। ଦୁହିଁଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।

କୁହାଯାଉଛି ଦେବେନ୍ଦ୍ର ଫଡନାଭିସ କିଛି ପ୍ରସଙ୍ଗରେ ଶିନ୍ଦେଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଲଗାତାର ଦ୍ୱିତୀୟ ଦିନ ପାଇଁ ସେ ଶିନ୍ଦେଙ୍କ ସହ ଏକାଠି ମଞ୍ଚରେ ନଜର ଆସି ନାହାନ୍ତି। ବୁଧବାର ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମର ୭୫ ତମ ଫାଉଣ୍ଡେଶନ ଦିବସ ପାଳନ କରାଯାଉଛି। ନିମନ୍ତ୍ରଣ କାର୍ଡରେ ଶିନ୍ଦେ ଏବଂ ଫଡନାଭିସଙ୍କ ନାମ ଛପା ଯାଇଛି। କିନ୍ତୁ ଫଡନାଭିସ ଆସି ନାହାନ୍ତି।

ମଙ୍ଗଳବାର ଶିବସେନା ରାଜ୍ୟ ଖବରକାଗଜରେ ଏକ ବିବାଦୀୟ ବିଜ୍ଞାପନ ପ୍ରକାଶ କରିଛି । ଏହି ବିଜ୍ଞାପନ ପ୍ରକାଶନ ପରେ କୋଲହାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଫଡନାଭିସ ନିଜକୁ ଦୂରେଇ ରଖିଥିଲେ। ତାଙ୍କ କାର୍ଯ୍ୟାଳୟରୁ କୁହାଯାଇଥିଲା ତାଙ୍କ କାନ ସମସ୍ୟା ହେତୁ ସେ କୋଲହାପୁର ଯାଉନାହାଁନ୍ତି, କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଶିନ୍ଦେଙ୍କ ସହ ମଞ୍ଚ ବାଣ୍ଟିବାର ଅର୍ଥ ବିଷୟରେ ସେ କୌଣସି ସୂଚନା ଦେଇାହାନ୍ତି।

ମଙ୍ଗଳବାର ଦିନ ପ୍ରକାଶିତ ବିଜ୍ଞାପନରେ ଆଉ ଏକ ବିବାଦୀୟ ବିଷୟ ସାମ୍ନାକୁ ଆସିଛି ଯେଉଁଥିରେ ରାଜ୍ୟରେ ଫଡନାଭିସଙ୍କ ଅପେକ୍ଷା ଶିିନ୍ଦେଙ୍କୁ ଅଧିକ ଲୋକପ୍ରିୟ ବୋଲି ବର୍ଣ୍ଣନା କରାଯାଇଛି। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ ଏହା ବିବାଦର ଏକ ବଡ଼ କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri