Posted inଜାତୀୟ

୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ଶିନ୍ଦେ, ଅମିତ ଶାହା ଦେଲେ ଏମିତି ଜବାବ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ସରକାର ଗଠନର ଫର୍ମୂଲା ପାଖାପାଖି ଫାଇନାଲ ହୋଇଯିବା ଭଳି ନଜର ଆସୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦ ପଦବୀକୁ ନେଇ ସସପେନ୍ସ ଜାରି ରହିଛି। ଏନେଇ ଅଫିସିଆଲି ଭାବେ କୌଣସି ସୂଚନା ମିଳିନାହିଁ। ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିବାବେଳେ ଭାଜପା ଫଡନଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ଛକପଞ୍ଝା ଭିତରେ ସୂଚନା ମିଳିଛି ଯେ, ଶିନ୍ଦେ ଅମିତ ଶାହାଙ୍କୁ ଭେଟି ୬ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଥିଲେ। ଯାହା ପ୍ରଚାର ହେବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠୁଛି। ମୁଖ୍ୟମନ୍ତ୍ରୀ ୫ବର୍ଷ ପାଇଁ ହେବାକୁ ଥିବାବଳେ ଶିନ୍ଦେ କାହିଁକି ୬ ମାସ ପାଇଁ ଏହି ପଦ ମାଗୁଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ, ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ୬ମାସ ପାଇଁ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ରଖିଥିଲେ। ଯାହାକୁ ଭାଜପା ମନା କରିଦେଇଥିଲା। ଭାଜପା କହିଥିଲା, ଏହି ୬ମାସିଆ ମୁଖ୍ୟମନ୍ତ୍ରୀ ହେଲେ ଦଳ ବିରୋଧରେ ଏକ ଖରାପ ପ୍ରଭାବ ପଡିବ। ଏହି ପ୍ରକାର ପ୍ରକ୍ରିୟା ହେବାର କୌଣସି ସିଷ୍ଟମ ନାହିଁ। ତେବେ ଏହି ଆଲୋଚନା ନଭେମ୍ବର ୨୮ରେ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହା, ଶିନ୍ଦେଙ୍କ ସମେତ ଅନ୍ୟ ନେତାଙ୍କ ସହ ସାକ୍ଷାତକାରରେ ଏହି ବୟାନ ରଖିଥିଲେ।

ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ ଶିନ୍ଦେ ସ୍ପଷ୍ଟ କରିଥିଲେ ଯେ, ଭାଜପା ଶୀର୍ଷ ନେତୃତ୍ୱ ଯାହା ବି ନିଷ୍ପତ୍ତି ନେବେ ଆମେ ସ୍ବୀକାର କରିବୁ। ତା’ ପରଦିନ ଗୃହମନ୍ତ୍ରୀ ଅମିତ ଶାହା, ଶିନ୍ଦେଙ୍କ ସମେତ ଅନ୍ୟ ନେତାଙ୍କ ସହ ସାକ୍ଷାତକାର ହୋଇଥିଲା। ଏହି ବୈଠକରେ ଦେବେନ୍ଦ୍ର ଫଡନଭିସ୍‌, ଏନସିପି ଅଜିତ ପାଓ୍ବାର, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ ପଟେଲ ଓ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ତଟକର ସାମିଲ୍‌ ହୋଇଥିଲେ।

ଚଳିତ ନିର୍ବାଚନରେ ମହାୟୁତି ରାଜ୍ୟରେ ୨୮୮ ଆସନରୁ ୨୩୦ଟି ଆସନରେ ବିଜୟ ହାସଲ କରିଥିଲା। ଏହାକୁ ପ୍ରମାଣ ଭାବରେ ରଖି ବୈଠକରେ ଶିନ୍ଦେ କହିଥିଲେ, ଆପଣ ଦେଇଥିବା କଥାକୁ ମନ ପକାନ୍ତୁ। ଲୋକ ସଭା ନିର୍ବାଚନ ପରେ ଆପଣ କଥା ଦେଇଥିଲେଯେ, ମେଣ୍ଟ ବହୁମତ ହାସଲ କଲେ ମୋତେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ। ଯାହାର ଉତ୍ତରରେ ଶାହା କହିଥିଲେ, ଆପଣ ମୋ ସ୍ଥାନରେ ରହି ଚିନ୍ତା କରନ୍ତୁ। ଏତର ଭାଜପା ମେଣ୍‌ଟ ମଧ୍ୟରେ ବହୁମତ ହାସଲ କରିଛି। ତେବେ ଆପଣଙ୍କ ଦଳ ଯଦି ଏଥର ବହୁମତ ହାସଲ କରିଥାନ୍ତା କ’ଣ ଆପଣ ମୁଖ୍ୟମନ୍ତ୍ରୀ ପଦ ଛାଡି ଦେଇଥାନ୍ତେ। ଏକଥା ଶୁଣି ଶିନ୍ଦେ ଚୁପ୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri