ଶିମିଳିପାଳ ସୁରକ୍ଷା ଦାବି

ବାରିପଦା ଅଫିସ,୯।୨: ଶିମିଳିପାଳ ବଞ୍ଚାଅ ଅଭିଯାନ ଦାବିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୁରୁବାର ସକାଳ ୮ଟାରୁ ଭଞ୍ଜସେନା ପକ୍ଷରୁ ମୟୁରଭଞ୍ଜ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ନଂ ଏବଂ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା ରାସ୍ତା ଉପରେ ହରତାଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶରେ ଶତାଧିକ ଯାନବାହନ ଅଟକି ରହିଛି। ପାଲବଣି, ଦାନ୍ତିଆମୁହାଁ, ଝାରପୋଖରିଆ, ବାଙ୍ଗିରିପୋଷି, ବିଶୋଇ, କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ଉଦଳା, ଡୁକୁରା ଓ ଅସ୍ତିଆ ଠାରେ ସେନାର ସଦସ୍ୟ କର୍ମକର୍ତ୍ତାଙ୍କ ନେତୃତ୍ବରେ ହରତାଳ ଜାରି ରହିଛି ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି। ବନ୍ୟଜନ୍ତୁ ଶିକାରରେ ଜଡ଼ିତ ଅଧିକାରୀକୁ ସୁରକ୍ଷା ଯୋଗାଉଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।ଏହା ସହିତ ଘଟଣାର ସିବିଆଇ ତଦନ୍ତ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri