ବିଗ୍‌ବସ୍‌ର ପ୍ରଥମ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗୀ ରାଜୀବ କିଏ? ଶିଳ୍ପା ସେଟ୍ଟୀଙ୍କ ସହ ରହିଛି…

ବମ୍ବେ: ବିଗ୍‌ବସ୍‌ ଘରେ ପ୍ରଥମ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି କରିଛନ୍ତି ରାଜୀବ ଅଦାତିଆ। ଶନିବାର ଷ୍ଟେଜ୍‌ ଉପରେ ସେ କିଛି ସମୟ ହୋଷ୍ଟ ସଲମାନଙ୍କ ସହ ଚିଟ୍‌ଚାଟ୍‌ କରିଥିଲେ। ଏଭଳି ସ୍ଥିତିରେ ଦର୍ଶକଙ୍କ ମନରେ ସେ କିଏ ବୋଲି କଥା ଉଠିଥିଲା।

ରାଜୀବ ଜଣେ ପ୍ରଯୋଜକଙ୍କ ସହ ବ୍ୟବସାୟୀ ମଧ୍ୟ। ସେ ଆମେରିକାରେ ରୁହନ୍ତି। ସେ ଜଣେ ମୋଟିଭେଶନାଲ ସ୍ପିକର ମଧ୍ୟ। ରାଜୀବ ଶିଳ୍ପା-ସମିତା ସେଟ୍ଟୀଙ୍କ ରାକ୍ଷୀ ଭାଇ ମଧ୍ୟ। ଏହାକୁ ନେଇ ପୂର୍ବରୁ ବିଗ୍‌ବସ୍‌ ଘରେ ଥିବା ସମିତାଙ୍କ ସହ ତାଙ୍କର ସମ୍ପର୍କ ମଜଭୂତ ହେବ ବୋଲି କୁହାଯାଉଛି।

Share