ଫସିଗଲେ ଶିଳ୍ପା ସେଟ୍ଟୀ: ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କାରଣ କୌଣସି ଫିଲ୍ମ କିମ୍ବା ବ୍ୟକ୍ତିଗତ ଜୀବନ ନୁହେଁ। ବରଂ ଉଭୟଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ଯଦିଓ ରାଜ କୁନ୍ଦ୍ରାଙ୍କ ବିବାଦ ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରହିଛି। କିନ୍ତୁ ଏଥର ତାଙ୍କ ସ୍ତ୍ରୀ ତଥା ଶିଳ୍ପା ମଧ୍ୟ ତାଙ୍କ ସହିତ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ଶିଳ୍ପା, ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଆର୍ଥିକ ଅପରାଧ ଶାଖା (EOW) ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ୬୦.୪୮ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି। ଏହି ମାମଲା ଶିଳ୍ପା ଏବଂ ରାଜଙ୍କ ବନ୍ଦ ହୋଇଥିବା ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡ ପାଇଁ ଋଣ ଏବଂ ନିବେଶ ଚୁକ୍ତି ସହିତ ଜଡିତ ବୋଲି କୁହାଯାଉଛି।

ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି, ସେ ତାଙ୍କୁ ୨୦୧୫-୨୦୨୩ ପାଖାପାଖି ବ୍ୟବସାୟ ବିସ୍ତାର ପାଇଁ ୬୦.୪୮ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସେ ଏହାକୁ ବ୍ୟକ୍ତିଗତ ଭାବରେ ଖର୍ଚ୍ଚ କରିଥିଲେ। କେବଳ ଏତିକି ନୁହେଁ, ଦୀପକ କୋଠାରୀ ଏହା ମଧ୍ୟ ଦାବି କରିଛନ୍ତି, ସେ ୨୦୧୫ ମସିହାରେ ଜଣେ ଏଜେଣ୍ଟ ରାଜେଶ ଆର୍ଯ୍ୟଙ୍କ ମାଧ୍ୟମରେ ଶିଳ୍ପା ଏବଂ ରାଜଙ୍କ ସମ୍ପର୍କରେ ଆସିଥିଲେ। ଉଭୟ ସେତେବେଳେ ଅନଲାଇନ ସପିଂ ପ୍ଲାଟଫର୍ମ, ବେଷ୍ଟ ଡିଲ ଟିଭିର ନିର୍ଦ୍ଦେଶକ ଥିଲେ। ସେହି ସମୟରେ ଶିଳ୍ପାଙ୍କର କମ୍ପାନୀରେ ୮୭ ପ୍ରତିଶତରୁ ଅଧିକ ଅଂଶଧନ ଥିଲା।

ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ରାଜେଶ ଆର୍ଯ୍ୟ ୧୨ ପ୍ରତିଶତ ବାର୍ଷିକ ସୁଧରେ କମ୍ପାନୀ ପାଇଁ ୭୫ କୋଟି ଟଙ୍କା ଋଣ ମାଗିଥିଲେ। କିନ୍ତୁ ଅଧିକ ଟିକସ ଏଡାଇବା ପାଇଁ, ସେ ଏହି ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସମୟସୀମାରେ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ସହିତ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା।

ସୂଚନା ଅନୁଯାୟୀ, ଏହି ଚୁକ୍ତି ପାଇଁ ତାଙ୍କ ଦ୍ୱାରା ୬୦.୪୮ କୋଟି ଟଙ୍କାରୁ ଅଧିକ ଦିଆଯାଇଛି। ସେହି ସମୟରେ, ୩.୧୯ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦିଆଯାଇଥିଲା। କୋଠାରୀ କହିଛନ୍ତି, ଶିଳ୍ପା ଶେଟ୍ଟୀ ତାଙ୍କୁ ଏପ୍ରିଲ ୨୦୧୬ରେ ବ୍ୟକ୍ତିଗତ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। କିନ୍ତୁ କିଛି ମାସ ପରେ ଅର୍ଥାତ୍‌ ସେପ୍ଟେମ୍ବରରେ, ସେ କମ୍ପାନୀ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କମ୍ପାନୀ ବିରୋଧରେ ୧.୨୮ କୋଟି ଟଙ୍କାର ଏକ ଦେବାଳିଆ ମାମଲା ସାମ୍ନାକୁ ଆସିଲା।

ସେ କହିଛନ୍ତି, ସେ ବାରମ୍ବାର ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇ ନ ଥିଲା। ଯାହା ପରେ କୋଠାରୀ ତାଙ୍କ ଅଭିଯୋଗରେ ଶିଳ୍ପା ଏବଂ ରାଜଙ୍କୁ ୨୦୧୫-୨୦୨୩ ମଧ୍ୟରେ ଏକ ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ କରିଛନ୍ତି। ଏଥିରେ ସେମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଟଙ୍କା ମାଗିଥିଲେ ଏବଂ ଏହାକୁ ବ୍ୟକ୍ତିଗତ ଖର୍ଚ୍ଚରେ ଖର୍ଚ୍ଚ କରିଥିଲେ।

ଶିଳ୍ପା ଏବଂ ରାଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ଅଭିଯୋଗଗୁଡ଼ିକୁ ଅସ୍ବୀକାର କରିଛନ୍ତି। ସେ ଦାବି କରିଛନ୍ତି, ଅକ୍ଟୋବର ୨୦୨୪ରେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT)ରେ ଏ ବିଷୟରେ ନିଷ୍ପତ୍ତି ନିଆଯାଇସାରିଛି। ଏହି ମାମଲାରେ କୌଣସି ଅପରାଧ ନାହିଁ ଏବଂ ସେ ସମସ୍ତ ଆବଶ୍ୟକୀୟ କାଗଜପତ୍ର EOW ନିକଟରେ ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri