ଏମ୍‌କେସିଜିରୁ ପୁଣି ଖସିଲା ଶିଲିଂ

ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁର ଏମ୍‌କେସିଜିରେ ଗୁରୁବାର ପୁଣି ଅଘଟଣ ଘଟିଛି। ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାର ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ୟୁରୋଲୋଜି ଓ୍ବାର୍ଡରେ ନିଆଁ ଲାଗିଯାଇଥିଲା। ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସୌଭାଗ୍ୟବଶତଃ ଉକ୍ତ ସ୍ଥାନରେ କେହି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନ ଥିବାରୁ କାହାର କିଛି କ୍ଷତି ହୋଇନାହିଁ । କିଛିଦିନ ପୂର୍ବରୁ ଏହି ମେଡିକାଲର ୪ର୍ଥ ମହଲାରେ ମଧ୍ୟ ଶିଲିଂ ଖସିଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।