ଆଦର୍ଶ ସାଜିଛନ୍ତି ଏସ୍‌ଏଚ୍‌ଜି ମହିଳା

ଢେଙ୍କାନାଳ ଅଫିସ, ୧୦ା୧୧: ଢେଙ୍କାନାଳର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନେ ରାଜ୍ୟରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଜିଲାକୁ ଆଦର୍ଶ ଜିଲାରେ ପରିଣତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳା ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀର ବଜାରୀକରଣ ଲାଗି ଭୁବନେଶ୍ୱରରେ ମିଶନଶକ୍ତି ବଜାର ପ୍ରତିଷ୍ଠା କରାଯିବ। ମା’ମାନେ ରୋଷେଇ ଶାଳରୁ ବାହାରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ସେମାନଙ୍କୁ ବ୍ୟାଙ୍କ ଋଣ ସମେତ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଓଡ଼ିଶା ମିଶନ ଶକ୍ତି କମିଶନ ସଚିବ ସୁଜାତା କାର୍ତ୍ତିକେୟନ। ସ୍ଥାନୀୟ ପୁରୁଣା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲାସ୍ତରୀୟ ମିଶନ ଶକ୍ତି ଇନଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ସେ ଏହା କହିଛନ୍ତି।

ଏଚ୍‌ଏଚ୍‌ଜି ପକ୍ଷରୁ ଉପତ୍ାଦିତ ସାମଗ୍ରୀର ବିପଣନ ପାଇଁ ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏହି ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳର ମିଶନ ଶକ୍ତି ମହିଳାଙ୍କ କାର୍ଯ୍ୟ କୁଶଳତା ସମ୍ପର୍କରେ ସୂଚନା ଦେଇ ମିଶନ ଶକ୍ତି କମିଶନ ସଚିବ କାର୍ତ୍ତିକେୟନ କହିଲେ, ଜିଲା ଏସ୍‌ଏଚ୍‌ଜି ମିଶନଶକ୍ତି ମହାସଂଗ୍ରାମ ଗଠନ କରି ବନମାଳୀପ୍ରସାଦ ଅଞ୍ଚଳରେ ଏକ ଆଚାର ପ୍ରସ୍ତୁତି ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏଥିରେ ୮୧ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟ କରାଯାଇଛି। ସେଥିରୁ ୧୮ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଏବଂ ଏସ୍‌ଏଚ୍‌ଜି ପକ୍ଷରୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରକଳ୍ପରୁ ପ୍ରସ୍ତୁତ ଆଚାର ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୋଳ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ସମ୍ବଲପୁର ଜିଲାର ଆହାର କେନ୍ଦ୍ରକୁ ଯୋଗାଣ ହେଉଛି। ଜିଲାରେ ୨୫୦ ଷ୍ଟିଚିଂ ଗ୍ରୁପ୍‌ ହୋଇଛି। ଏହାର ନାମ ‘ଫାଶନ ଡିଜାଇନର ସେଣ୍ଟର’ ରଖାଯାଇଛି। ମହିଳା ଉଦ୍ୟୋଗୀମାନେ ଆଗକୁ ଆସି ଅଭିଯାନର ଲକ୍ଷ୍ୟ ସଫଳ କରିବାକୁ ସଚିବ କାର୍ତ୍ତିକେୟନ ଆହ୍ବାନ ଦେଇଛନ୍ତି।
ଉତ୍ସବରେ ସଭାପତିତ୍ୱ କରି ଜିଲାପାଳ ସରୋଜ କୁମାର ସେଠୀ କହିଲେ, ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଫିନାଇଲ୍‌, ଆଚାରକୁ ଜିଲାର ସମସ୍ତ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ କିଣିବେ। ଏଥିଲାଗି ପଦକ୍ଷେପ ନେବାକୁ ସେ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସାମଗ୍ରୀର ପ୍ୟାକେଜିଂ, ବ୍ରାଣ୍ଡିଂ, ମାର୍କେଟିଂ ପ୍ରତି ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଜିଲା ପ୍ରଶାସନ, ମହିଳା ଉଦ୍ୟୋଗୀ, ଚାମ୍ବର ଅଫ୍‌ କମର୍ସ ଏବଂ ଫିକି ଏଫ୍‌ଏଲ୍‌ଓର ସଦସ୍ୟଙ୍କୁ ଏକ କମିଟି ଗଠନ ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ମହିଳା ଉଦ୍ୟୋଗୀ ସୋନାଲ ମୋରେ, ରାକ୍ଷୀ ମହାନ୍ତି ଆଲୋଚନାରେ ଭାଗନେଇ ଜିଲାର ଏସ୍‌ଏଚ୍‌ଜି ମହିଳା ଆଗକୁ ଆସି ଆର୍ଥିକ ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ। ମିଶନଶକ୍ତି ଓଏସ୍‌ଡି ସୁଧାଂଶୁ ଶେଖର, ଢେଙ୍କାନାଳ ଶିଳ୍ପ ଓ ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, ଏସ୍‌ଏଚ୍‌ଜି ସଦସ୍ୟା ଜୟନ୍ତୀ ବେହେରା, ଅନସୂୟା ସାହୁ ପ୍ରମୁଖ ନିଜର ଅନୁଭୂତି ବାଣ୍ଟିଥିଲେ। ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ମନୋଲିସା ଭଞ୍ଜ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରଓ୍ବନ ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri