ଆଦର୍ଶ ସାଜିଛନ୍ତି ଏସ୍‌ଏଚ୍‌ଜି ମହିଳା

ଢେଙ୍କାନାଳ ଅଫିସ, ୧୦ା୧୧: ଢେଙ୍କାନାଳର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନେ ରାଜ୍ୟରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଜିଲାକୁ ଆଦର୍ଶ ଜିଲାରେ ପରିଣତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳା ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀର ବଜାରୀକରଣ ଲାଗି ଭୁବନେଶ୍ୱରରେ ମିଶନଶକ୍ତି ବଜାର ପ୍ରତିଷ୍ଠା କରାଯିବ। ମା’ମାନେ ରୋଷେଇ ଶାଳରୁ ବାହାରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ସେମାନଙ୍କୁ ବ୍ୟାଙ୍କ ଋଣ ସମେତ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଓଡ଼ିଶା ମିଶନ ଶକ୍ତି କମିଶନ ସଚିବ ସୁଜାତା କାର୍ତ୍ତିକେୟନ। ସ୍ଥାନୀୟ ପୁରୁଣା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲାସ୍ତରୀୟ ମିଶନ ଶକ୍ତି ଇନଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ସେ ଏହା କହିଛନ୍ତି।

ଏଚ୍‌ଏଚ୍‌ଜି ପକ୍ଷରୁ ଉପତ୍ାଦିତ ସାମଗ୍ରୀର ବିପଣନ ପାଇଁ ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏହି ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳର ମିଶନ ଶକ୍ତି ମହିଳାଙ୍କ କାର୍ଯ୍ୟ କୁଶଳତା ସମ୍ପର୍କରେ ସୂଚନା ଦେଇ ମିଶନ ଶକ୍ତି କମିଶନ ସଚିବ କାର୍ତ୍ତିକେୟନ କହିଲେ, ଜିଲା ଏସ୍‌ଏଚ୍‌ଜି ମିଶନଶକ୍ତି ମହାସଂଗ୍ରାମ ଗଠନ କରି ବନମାଳୀପ୍ରସାଦ ଅଞ୍ଚଳରେ ଏକ ଆଚାର ପ୍ରସ୍ତୁତି ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏଥିରେ ୮୧ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟ କରାଯାଇଛି। ସେଥିରୁ ୧୮ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଏବଂ ଏସ୍‌ଏଚ୍‌ଜି ପକ୍ଷରୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରକଳ୍ପରୁ ପ୍ରସ୍ତୁତ ଆଚାର ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୋଳ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ସମ୍ବଲପୁର ଜିଲାର ଆହାର କେନ୍ଦ୍ରକୁ ଯୋଗାଣ ହେଉଛି। ଜିଲାରେ ୨୫୦ ଷ୍ଟିଚିଂ ଗ୍ରୁପ୍‌ ହୋଇଛି। ଏହାର ନାମ ‘ଫାଶନ ଡିଜାଇନର ସେଣ୍ଟର’ ରଖାଯାଇଛି। ମହିଳା ଉଦ୍ୟୋଗୀମାନେ ଆଗକୁ ଆସି ଅଭିଯାନର ଲକ୍ଷ୍ୟ ସଫଳ କରିବାକୁ ସଚିବ କାର୍ତ୍ତିକେୟନ ଆହ୍ବାନ ଦେଇଛନ୍ତି।
ଉତ୍ସବରେ ସଭାପତିତ୍ୱ କରି ଜିଲାପାଳ ସରୋଜ କୁମାର ସେଠୀ କହିଲେ, ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଫିନାଇଲ୍‌, ଆଚାରକୁ ଜିଲାର ସମସ୍ତ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ କିଣିବେ। ଏଥିଲାଗି ପଦକ୍ଷେପ ନେବାକୁ ସେ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସାମଗ୍ରୀର ପ୍ୟାକେଜିଂ, ବ୍ରାଣ୍ଡିଂ, ମାର୍କେଟିଂ ପ୍ରତି ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଜିଲା ପ୍ରଶାସନ, ମହିଳା ଉଦ୍ୟୋଗୀ, ଚାମ୍ବର ଅଫ୍‌ କମର୍ସ ଏବଂ ଫିକି ଏଫ୍‌ଏଲ୍‌ଓର ସଦସ୍ୟଙ୍କୁ ଏକ କମିଟି ଗଠନ ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ମହିଳା ଉଦ୍ୟୋଗୀ ସୋନାଲ ମୋରେ, ରାକ୍ଷୀ ମହାନ୍ତି ଆଲୋଚନାରେ ଭାଗନେଇ ଜିଲାର ଏସ୍‌ଏଚ୍‌ଜି ମହିଳା ଆଗକୁ ଆସି ଆର୍ଥିକ ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ। ମିଶନଶକ୍ତି ଓଏସ୍‌ଡି ସୁଧାଂଶୁ ଶେଖର, ଢେଙ୍କାନାଳ ଶିଳ୍ପ ଓ ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, ଏସ୍‌ଏଚ୍‌ଜି ସଦସ୍ୟା ଜୟନ୍ତୀ ବେହେରା, ଅନସୂୟା ସାହୁ ପ୍ରମୁଖ ନିଜର ଅନୁଭୂତି ବାଣ୍ଟିଥିଲେ। ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ମନୋଲିସା ଭଞ୍ଜ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରଓ୍ବନ ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri