ସାଜିଦଙ୍କ ବିରୋଧରେ ଥାନାକୁ ଗଲେ ଶର୍ଲିନ

ବମ୍ବେ: ବିଗବସ୍‌ରେ ପ୍ରତିଯୋଗୀ ଭାବେ ମନୋରଞ୍ଜନ କରି ଦର୍ଶକଙ୍କ ହୃଦୟ ଜିତିବେ ବୋଲି ଭାବିଥିଲେ ଫିଲ୍ମନିର୍ମାତା ସାଜିଦ୍‌ ଖାଁ। ହେଲେ ତାଙ୍କ ଆଶା ଏବେ ନିରାଶାରେ ପରିବର୍ତ୍ତନ ହେବାକୁ ବସିଲାଣି। କାରଣ ବିଗବସ୍‌ ଯିବା ଦିନଠାରୁ ତାଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ମାମଲା ବଢ଼ି ବଢ଼ି ଚାଲିଛି। ଏବେ ତାଙ୍କ ବିରୋଧରେ ଶର୍ଲିନ ଚୋପ୍ରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଜୁହୁ ପୋଲିସ ଷ୍ଟେଶନରେ ସେ ଯୌନ ନିର୍ଯାତନା ଏବଂ ଅପରାଧିକ ମାମଲା ରୁଜୁ କରିଛନ୍ତି।

୨୦୦୫ରେ ଶର୍ଲିନଙ୍କୁ ସାଜିଦ ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କ ସହ ଖରାପ କାମ କରିବାକୁ ଚେଷ୍ଟା ମଧ୍ୟ କରିଥିବା ସେ କହିଛନ୍ତି। ତେବେ ୧୭ ବର୍ଷ ପରେ ସେ ଅଭିଯୋଗ କରିବା ପଛରେ କାରଣ ନେଇ ପଚରାଯିବାରେ ସେ ତିନିଜଣଙ୍କ ପାଇଁ ଚୁପ୍‌ ରହିଥିବା ସଫେଇ ଦେଇଛନ୍ତି। ସେମାନେ ହେଲେ ଶାହାରୁଖ ଖାଁ, ସଲମାନ ଖାଁ ଏବଂ ସାଜିଦ ଖାଁ।

ସାଜିଦ ଖାଁ ବଲିଉଡ୍‌ର ବଡ଼ ନାମ। ସେ ଫାରା ଖାଁଙ୍କ ଭାଇ। ଶାହାରୁଖଙ୍କ ସେ ନିକଟତ୍ତର। ଏହାଛଡ଼ା ସଲମାନଙ୍କ ସହ ସେ ପିଲାଦିନ ବିତାଇଛନ୍ତି। ସେମିତିରେ ତାଙ୍କ ଆଗରେ ସେ ଜଣେ ସାଧାରଣ ଚେହେରା। ଏମିତିରେ ସେ କିଭଳି ଭାବେ ନିଜର ଅଭିଯୋଗକୁ ସାବ୍ୟସ୍ତ କରିଥାନ୍ତେ। ଏଣୁ ସେ ଚୁପ୍‌ ରହିଥିବା ସେ କହିଛନ୍ତି।

Share