Posted inଜାତୀୟ

ଗର୍ଭବତୀ ନାବାଳିକା ପୀଡ଼ିତାଙ୍କୁ ମିଳିବ ଆଶ୍ରୟ

ନୂଆଦିଲ୍ଲୀ, ୫ା୭: ବଳାତ୍କାର ପୀଡ଼ିତା ଗର୍ଭବତୀଙ୍କୁ ଆଶ୍ରୟ ଓ ସହାୟତା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବଳାତ୍କାର, ଗଣବଳାତ୍କାର କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭବତୀ ହେବା କାରଣରୁ ପରିବାରରୁ ପରିତ୍ୟକ୍ତ ହୋଇଥିବା ନାବାଳିକା, ଯେଉଁମାନଙ୍କର ରୋଜଗାରର ଅନ୍ୟ ଉପାୟ ନାହିଁ, ସେମାନଙ୍କୁ ଆଶ୍ରୟ, ଖାଦ୍ୟ, ଦୈନନ୍ଦିନ ଆବଶ୍ୟକତା, କୋର୍ଟରେ ହାଜର ହେବା ଲାଗି ସୁରକ୍ଷିତ ପରିବହନ ଏବଂ ଆଇନଗତ ସହାୟତା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସୋମବାର ଉକ୍ତ ଯୋଜନାର ଶୁଭାରମ୍ଭ କରିଛନ୍ତି। ୭୪.୧୦ କୋଟି ଟଙ୍କାର ଏହି ଯୋଜନାକୁ ମନ୍ତ୍ରଣାଳୟ ଅନୁମୋଦନ କରିଛି, ଯାହା ସପ୍ତାହେ ମଧ୍ୟରେ ସାରା ଦେଶରେ ଲାଗୁ ହେବାକୁ ଯାଉଛି।
ନାବାଳିକା ବଳାତ୍କାର ପୀଡ଼ିତା କିମ୍ବା ଅତ୍ୟଧିକ ଆକ୍ରମଣର ଶିକାର ହେଉଥିବା ନାବାଳିକା ଏବଂ କେତେକ କ୍ଷେତ୍ରରେ ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେମାନଙ୍କ ପ୍ରତି ହୋଇଥିବା ଗଭୀର ଶାରୀରିକ ଓ ଭାବାତ୍ମକ ଆଘାତକୁ ବିଚାରକୁ ନେଇ ନିର୍ଭୟା ପାଣ୍ଠିରେ ସେମାନଙ୍କୁ ଆର୍ଥତ୍କ ସହାୟତା ସମେତ ଡାକ୍ତରୀ ଭିତ୍ତିଭୂମି ସହାୟତା ଯୋଗାଇଦେବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୨୧ ରିପୋର୍ଟ ଅନୁଯାୟୀ ପୋକ୍ସୋ ଆଇନରେ ୫୧,୮୬୩ ମାମଲା ରୁଜୁ ହୋଇଛି। ସେଥିରୁ ୬୪ ପ୍ରତିଶତ ଅର୍ଥାତ ୩୩,୩୪୮ ମାମଲା ଉକ୍ତ ଆଇନର ଧାରା ୩ ଓ ୫ରେ ଆସୁଛି, ଅର୍ଥାତ୍‌ ସେମାନେ ବଳାତ୍କାର ଏବଂ ଅତ୍ୟଧିକ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଉକ୍ତ ପୀଡ଼ିତାମାନଙ୍କ ପାଇଁ ବର୍ତ୍ତମାନର ଶିଶୁଯତ୍ନ ଅନୁଷ୍ଠାନ(ସିସିଆଇ)ଗୁଡ଼ିକରେ ଏକକ ଆଶ୍ର୍ରୟ ଗୃହ ବା ଓ୍ବାର୍ଡ ନିର୍ମାଣରେ ଉକ୍ତ ପାଣ୍ଠି ସହାୟକ ହେବ। ଏଥିପାଇଁ ସିସିଆଇ ଦାୟିତ୍ୱରେ ଥିବା ବ୍ୟକ୍ତି ନାବାଳିକା ବଳାତ୍କାର ପୀଡ଼ିତାଙ୍କ ପାଇଁ ଅଲଗା ସୁରକ୍ଷିତ ସ୍ଥାନ ଯୋଗାଇଦେବେ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଏହି ଯୋଜନା ଦ୍ୱାରା ଗୋଟିଏ ଛାତ ତଳେ ନାବାଳିକା ପୀଡ଼ିତାମାନଙ୍କୁ ଏକସଙ୍ଗେ ସମର୍ଥନ ଓ ସହାୟତା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri