Posted inଜାତୀୟ

ଗର୍ଭବତୀ ନାବାଳିକା ପୀଡ଼ିତାଙ୍କୁ ମିଳିବ ଆଶ୍ରୟ

ନୂଆଦିଲ୍ଲୀ, ୫ା୭: ବଳାତ୍କାର ପୀଡ଼ିତା ଗର୍ଭବତୀଙ୍କୁ ଆଶ୍ରୟ ଓ ସହାୟତା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବଳାତ୍କାର, ଗଣବଳାତ୍କାର କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭବତୀ ହେବା କାରଣରୁ ପରିବାରରୁ ପରିତ୍ୟକ୍ତ ହୋଇଥିବା ନାବାଳିକା, ଯେଉଁମାନଙ୍କର ରୋଜଗାରର ଅନ୍ୟ ଉପାୟ ନାହିଁ, ସେମାନଙ୍କୁ ଆଶ୍ରୟ, ଖାଦ୍ୟ, ଦୈନନ୍ଦିନ ଆବଶ୍ୟକତା, କୋର୍ଟରେ ହାଜର ହେବା ଲାଗି ସୁରକ୍ଷିତ ପରିବହନ ଏବଂ ଆଇନଗତ ସହାୟତା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସୋମବାର ଉକ୍ତ ଯୋଜନାର ଶୁଭାରମ୍ଭ କରିଛନ୍ତି। ୭୪.୧୦ କୋଟି ଟଙ୍କାର ଏହି ଯୋଜନାକୁ ମନ୍ତ୍ରଣାଳୟ ଅନୁମୋଦନ କରିଛି, ଯାହା ସପ୍ତାହେ ମଧ୍ୟରେ ସାରା ଦେଶରେ ଲାଗୁ ହେବାକୁ ଯାଉଛି।
ନାବାଳିକା ବଳାତ୍କାର ପୀଡ଼ିତା କିମ୍ବା ଅତ୍ୟଧିକ ଆକ୍ରମଣର ଶିକାର ହେଉଥିବା ନାବାଳିକା ଏବଂ କେତେକ କ୍ଷେତ୍ରରେ ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେମାନଙ୍କ ପ୍ରତି ହୋଇଥିବା ଗଭୀର ଶାରୀରିକ ଓ ଭାବାତ୍ମକ ଆଘାତକୁ ବିଚାରକୁ ନେଇ ନିର୍ଭୟା ପାଣ୍ଠିରେ ସେମାନଙ୍କୁ ଆର୍ଥତ୍କ ସହାୟତା ସମେତ ଡାକ୍ତରୀ ଭିତ୍ତିଭୂମି ସହାୟତା ଯୋଗାଇଦେବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୨୧ ରିପୋର୍ଟ ଅନୁଯାୟୀ ପୋକ୍ସୋ ଆଇନରେ ୫୧,୮୬୩ ମାମଲା ରୁଜୁ ହୋଇଛି। ସେଥିରୁ ୬୪ ପ୍ରତିଶତ ଅର୍ଥାତ ୩୩,୩୪୮ ମାମଲା ଉକ୍ତ ଆଇନର ଧାରା ୩ ଓ ୫ରେ ଆସୁଛି, ଅର୍ଥାତ୍‌ ସେମାନେ ବଳାତ୍କାର ଏବଂ ଅତ୍ୟଧିକ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଉକ୍ତ ପୀଡ଼ିତାମାନଙ୍କ ପାଇଁ ବର୍ତ୍ତମାନର ଶିଶୁଯତ୍ନ ଅନୁଷ୍ଠାନ(ସିସିଆଇ)ଗୁଡ଼ିକରେ ଏକକ ଆଶ୍ର୍ରୟ ଗୃହ ବା ଓ୍ବାର୍ଡ ନିର୍ମାଣରେ ଉକ୍ତ ପାଣ୍ଠି ସହାୟକ ହେବ। ଏଥିପାଇଁ ସିସିଆଇ ଦାୟିତ୍ୱରେ ଥିବା ବ୍ୟକ୍ତି ନାବାଳିକା ବଳାତ୍କାର ପୀଡ଼ିତାଙ୍କ ପାଇଁ ଅଲଗା ସୁରକ୍ଷିତ ସ୍ଥାନ ଯୋଗାଇଦେବେ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଏହି ଯୋଜନା ଦ୍ୱାରା ଗୋଟିଏ ଛାତ ତଳେ ନାବାଳିକା ପୀଡ଼ିତାମାନଙ୍କୁ ଏକସଙ୍ଗେ ସମର୍ଥନ ଓ ସହାୟତା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri