ଧମକ ଦେଲେ ଶେଖ ହସିନା: କହିଲେ, ସବୁର ପ୍ରତିଶୋଧ ନେବି

ଢାକା,୧୮।୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୟୁନୁସ ସରକାରଙ୍କୁ ଧମକ ଦେଇଛନ୍ତି। ସେ ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ପ୍ରାଣ ପୋଲିସ କର୍ମଚାରୀଙ୍କ ସ୍ତ୍ରୀମାନଙ୍କ ସହିତ ଏକ ଭର୍ଚୁଆଲ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ବାଂଲାଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ନିନ୍ଦା କରି କହିଥିଲେ, ନୋବେଲ ପୁରସ୍କାର ବିଜେତା ୟୁନୁସ ଦେଶକୁ ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ କରିଛନ୍ତି। ଏହି ସମୟରେ, ସେ ପ୍ରତିଶ୍ରୁତି ଦେଇଥିଲେ ଯେ ପୀଡିତ ପରିବାରକୁ ସାହାଯ୍ୟ କରାଯିବ ଏବଂ ହତ୍ୟାକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଛାତ୍ର ଆନ୍ଦୋଳନ ସମୟରେ ସିରାଜଗଞ୍ଜରେ ପୋଲିସଙ୍କୁ ଟାର୍ଗେଟ କରାଯାଇଥିଲା। ହିଂସା ସମୟରେ ଏଠାରେ ଅନେକ ପୋଲିସ ଅଧିକାରୀ ନିହତ ହୋଇଥିଲେ। ଏହି ହିଂସା ଉପରେ ଶେଖ ହସିନା କହିଥିଲେ, ମୁଁ ଫେରି ଆସିବି ଏବଂ ଆମର ପୋଲିସକର୍ମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବି। ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରରେ ଜଣେ ଆତ୍ମଘୋଷିତ ଛାତ୍ର ନେତା ଅଛନ୍ତି ଯିଏ କୁହନ୍ତି ଯେ ପୋଲିସ କର୍ମଚାରୀଙ୍କୁ ହତ୍ୟା ନ କରି କୌଣସି ବିପ୍ଳବ ହୋଇପାରିବ ନାହିଁ। ଆମକୁ ଏହି ଅରାଜକତାର ଅନ୍ତ କରିବାକୁ ପଡିବ।
ଗତବର୍ଷ ଅଗଷ୍ଟ ୫ ତାରିଖରେ ହୋଇଥିବା ହିଂସାରୁ ରକ୍ଷା ପାଇବାର ତାଙ୍କର ଅଭିଜ୍ଞତା ଶେଖ ହସିନା ବାଣ୍ଟିଥିଲେ। ସେ କହିଥିଲେ, ଆଲ୍ଲା ମୋତେ ଦ୍ୱିତୀୟ ଜୀବନ ଦେଇଛନ୍ତି ଏବଂ ମୁଁ ବିଶ୍ୱାସ କରେ ଏହା ଏକ ଉଦ୍ଦେଶ୍ୟ ପାଇଁ। ଯେଉଁମାନେ ବାଂଲାଦେଶକୁ ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ କରିଛନ୍ତି ଏବଂ ଯେଉଁମାନଙ୍କ ଯୋଗୁଁ ମାନବାଧିକାର ଉଲ୍ଲଂଘନ ହେଉଛି, ସେମାନେ ଦିନେ ଆଇନର ସମ୍ମୁଖୀନ ହେବେ।
ଶେଖ ହାସିନା କହିଛନ୍ତି, ଛଅ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହିଂସା ଜାରି ରହିଛି। ଏବେ ମୁଁ ଶୁଣିଛି ଯେ ସେ ଅପରେଶନ ଡେଭିଲ ହଣ୍ଟ ଆରମ୍ଭ କରିବେ। ସେ ଦେଶ ଚଳାଇ ପାରୁନାହାଁନ୍ତି। ଅର୍ଥନୀତି ସଙ୍କଟରେ ଅଛି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି ଏବଂ ସାଧାରଣ ସୁରକ୍ଷା ବିପଦରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri