ରିଲିଜ୍‌ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ପାଇଁ ଟିକେଟ ପ୍ରି-ବୁକିଂ ମଧ୍ୟ ଏହି ସପ୍ତାହ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଏଥି ସହିତ ଫିଲ୍ମ ଏହାର ଡିଜିଟାଲ ଷ୍ଟ୍ରିମିଂ ଏବଂ ମ୍ୟୁଜିକ ରାଇଟ୍‌ସ ବିକ୍ରୟ କରି ବଜେଟର ୭୦% ରୁ ଅଧିକ ରୋଜଗାର କରିସାରିଲାଣି।

ରିପୋର୍ଟ ଅନୁଯାୟୀ, ‘ଶେହଜାଦା’ ୮୫ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ୬୫ କୋଟି ପ୍ରଡକ୍ସନ୍‌ ଏବଂ ବାକି ୨୦ କୋଟି ପ୍ରିଣ୍ଟ ଏବଂ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଛି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ମ୍ୟୁଜିକ୍‌ ରାଇଟ୍‌ସ ୧୦ କୋଟିରେ ବିକ୍ରି ହୋଇଥିବା ବେଳେ ‘ଶେହଜାଦା’ ସାଟେଲାଇଟ୍‌ ରାଇଟ୍‌ସ ୧୫ କୋଟିରେ ବିକ୍ରି ହୋଇଛି। ଏଥିସହ ‘ଶେହଜାଦା’ର ଓଟିଟି ରାଇଟ୍‌ସ ଡିଜିଟାଲ ଷ୍ଟ୍ରିମିଂ ନେଟଫ୍ଲିକ୍ସକୁ ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏପରିକି ଫିଲ୍ମର ବିଦେଶୀ ରାଇଟସ୍‌ ମଧ୍ୟ ୫ କୋଟିରେ ବିକ୍ରି ହୋଇଥିବା ଜଣାପଡିଛି। କାର୍ତ୍ତିକ ଆର୍ୟନଙ୍କ ‘ଶେହଜାଦା’ କୁ ସୁପରହିଟ୍‌ ଘୋଷିତ ହେବା ପାଇଁ ବକ୍ସ ଅଫିସରେ ୪୦ କୋଟି ଟଙ୍କା ସଂଗ୍ରହ କରିବାକୁ ପଡିବ। ତେବେ କାର୍ତ୍ତିକ ଏହି ଫିଲ୍ମ ପାଇଁ କୌଣସି ଫି’ନେଇନଥିବା ଜଣାପଡିଛି।

ବକ୍ସ ଅଫିସରେ ମାର୍ଭେଲର ଲାଟେଷ୍ଟ୍‌ ଚଳଚ୍ଚିତ୍ର ଆଣ୍ଟ-ମ୍ୟାନ ଆଣ୍ଡ୍‌ ଦ ୱାସ: କ୍ୱାଣ୍ଟୁମାନିଆ ସହିତ ‘ଶେହଜାଦା’ର କଡ଼ା ସଂଘର୍ଷ ହେବ। ଉଭୟ ଚଳଚ୍ଚିତ୍ର ସମାନ ଦିନରେ ଅର୍ଥାତ୍‌ ଫେବୃୟାରୀ ୧୭ରେ ରିଲିଜ ହେଉଛି। ସେହିପରି ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ସହିତ ବକ୍ସ ଅଫିସରେ କଡ଼ା ସଂଘର୍ଷର ସମ୍ମୁଖୀନ ହେବ। କିଙ୍ଗ୍‌ଖାନଙ୍କ ଫିଲ୍ମ ୩ ସପ୍ତାହରୁ ଅଧିକ ସମୟ ପ୍ରେକ୍ଷାଳୟରେ ସଫଳତାର ସହ ଚାଲିଛି। ‘ଶେହଜାଦା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ବ୍ୟତୀତ କ୍ରିତି ସାନନ ଏବଂ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧାୱନ। ଏହି ଚଳଚ୍ଚିତ୍ରଟି ଆଲୁ ଅର୍ଜୁନଙ୍କ ‘ଅଲା ବୈକୁଣ୍ଠପୁରମଲୁ’ର ଅଫିସିଆଲ ହିନ୍ଦୀ ରିମେକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri