ପ୍ରଧାନମନ୍ତ୍ରୀଙ୍କୁ ‘ଅନ୍ତର୍ଜାତୀୟ ଭିକାରୀ’ କହିଲେ ଏମ୍‌ପି

ଇସଲାମାବାଦ୍‌,୧୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଶେଷ ହୋଇଛି। ଅନାସ୍ଥା ଭୋଟରେ ପରାଜୟ ପରେ ଇମ୍ରାନ ଖାନ ସରକାର ଗାଦିଚ୍ୟୁତ ହୋଇଛି। ଶେହଓ୍ବାଜ୍‌ ଶରିଫ ବର୍ତ୍ତମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶେହଓ୍ବାଜ୍‌ ଅନ୍ତର୍ଜାତୀୟ ସ୍ତରରେ କଠିନ ପରିଶ୍ରମ ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ପାକିସ୍ତାନୀ ସଂସଦର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପାକିସ୍ତାନର ଜଣେ ଏମ୍‌ପି ନିଜର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ତାଙ୍କ ଦଳର ସଦସ୍ୟଙ୍କୁ ଅନ୍ତର୍ଜାତୀୟ ଭିକାରୀ ବୋଲି କହୁଛନ୍ତି।
ଏହି ଭିଡିଓ ଏପ୍ରିଲ୍‌ ୧୧ର ବୋଲି ଜଣାପଡିଛି। ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ପରେ ବିରୋଧୀଦଳ ମିଳିତ ଭାବେ ଶେହଓ୍ବାଜ୍‌ଙ୍କୁ ସଂସଦରେ ନୂତନ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ। ଏହି ସମୟରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଏମ୍‌ପି ଫହିମ ଖାନ ଭିଡିଓ ଶୁଟିଂ ଆରମ୍ଭ କରିଥିଲେ। ଭିଡିଓରେ ସେ କୁହନ୍ତି, ହଁ, ମୁଁ ଏବେ ବିଧାନସଭା ଭିତରେ ଠିଆ ହୋଇଛି ଏବଂ ମୁଁ ଆପଣଙ୍କୁ ଅନ୍ତର୍ଜାତୀୟ ଭିକାରୀ ଦେଖାଇବାକୁ ଚାହୁଁଛି। ଏହା ପରେ ଶେହଓ୍ବାଜ ଏବଂ ତାଙ୍କ ଦଳର ନେତାଙ୍କ ଆଡକୁ କ୍ୟାମେରା ବୁଲାଇ ଫହିମ କୁହନ୍ତି, ଏ ହେଉଛନ୍ତି ଅନ୍ତର୍ଜାତୀୟ ଭିକାରୀ … ଯିଏ ନିଜେ ଭିକାରୀ। ତା’ପରେ ପିଟିଆଇ ଏମ୍‌ପିମାନଙ୍କୁ କ୍ୟାମେରା ଦେଖାଇ ଫହିମ୍‌ କହନ୍ତି, ଆମେ ଭିକାରୀ ନୁହେଁ। ଏହା ପରେ ପୁଣିଥରେ କ୍ୟାମେରାକୁ ଶେହଓ୍ବାଜ୍‌ଙ୍କ ଆଡକୁ ବୁଲାଇ ପାଟି କରି କହିଥିଲେ, ଏଠାରେ ଭିକାରୀମାନେ ବସିଛନ୍ତି।
ଫହିମଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଫହିମ ପାକିସ୍ତାନର କରାଚିରୁ ଏମ୍‌ପି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri