Posted inଖେଳ

ଶୀର୍ଷ ସ୍ଥାନ ବଜାୟ ରଖିଲେ ଶେଫାଳି

ଦୁବାଇ, ୩୧ା୩ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚରେ ୩୦ ବଲରୁ ୬୦ ରନ ସଂଗ୍ରହ କରିବା ଦ୍ୱାରା ମଙ୍ଗଳବାର ପ୍ରକାଶ ପାଇଥିବା ଅନ୍ତର୍ଜାତୀୟ ମହିଳା ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ଭାରତ ଓପନର ଶେଫାଳି ବର୍ମା ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଗତ ସପ୍ତାହରେ ପ୍ରଥମ ସ୍ଥାନ ଫେରି ପାଇଥିବା ବର୍ମା ଫାଇନାଲ ମ୍ୟାଚରେ ଚମତ୍କାର ବ୍ୟାଟିଂ ପାଇଁ ୨୬ ରେଟିଂ ପଏଣ୍ଟ ଅର୍ଜନ କରିଛନ୍ତି। ଫଳରେ ତାଙ୍କ ମୋଟ ରେଟିଂ ପଏଣ୍ଟ ୭୭୬ରେ ପହଞ୍ଚତ୍ଛି। ଭାରତର ଏହି ବ୍ୟାଟ୍ସଓମ୍ୟାନ ବର୍ତ୍ତମାନ ଅଷ୍ଟ୍ରେଲିଆର ବେଥ୍‌ ମୁନିଙ୍କଠାରୁ ୩୫ ପଏଣ୍ଟ ଆଗରେ ରହିଛନ୍ତି। ବର୍ମା ତାଙ୍କ ଓପନିଂ ପାର୍ଟନର ସ୍ମୃତି ମନ୍ଧାନାଙ୍କ ସହ ଏହି ମ୍ୟାଚରେ ୯୬ରନର ନିର୍ଣ୍ଣାୟକ ପାର୍ଟନରଶିପ୍‌ କରିଥିଲେ। ମନ୍ଧାନା ୨୮ ବଲ୍‌ରୁ ୪୮ ରନ କରିଥିଲେ। ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କର ଗୋଟି ସ୍ଥାନ ପଦୋନ୍ନତି ଘଟିଛି। ବର୍ତ୍ତମାନ ସେ ୬ଷ୍ଠ ସ୍ଥାନରେ ଅଛନ୍ତି। ମ୍ୟାଚ ବିଜୟୀ ଉଇକେଟ ସଫଳତା ପାଇଁ ବାମହାତୀ ଲେଗ୍‌ସ୍ପିନର ରଜେଶ୍ୱରୀଙ୍କର ୧୨ସ୍ଥାନ ଉପରକୁ ଉଠିଛନ୍ତି। ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୩ ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ମ୍ୟାଚରେ ସେ ମାତ୍ର ୯ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ସିମ ବୋଲର ଅରୁନ୍ଧତି ରେଡ୍ଡୀ ୧୫ ସ୍ଥାନ ପଦୋନ୍ନତି ପାଇ ୫୬ତମ ପୋଜିଶନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଏହି ସିରିଜ ୨-୧ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

୧୫୭ କିଲୋମିଟର ବେଗରେ ଆସୁଥିଲା ବଲ୍‌, ବୈଭବ କଲେ ଏମିତି… ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ ଷ୍ଟାର କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଫୁଲ ଫର୍ମରେ ଅଛନ୍ତି। ସେ IPLରେ ପ୍ରଥମ ବଲରେ ଛକା ମାରିବା, ୩୫ ବଲରେ ଶତକ ମାରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri