Posted inଖେଳ

ଇତିହାସ ରଚିଲେ ଶେଫାଳି

ହାଙ୍ଗଝୋ,୨୧।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରଦ୍ଦ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ମାଲେସିଆ ଦଳ କେବଳ ଦୁଇଟି ବଲ ଖେଳିପାରିଥିଲା। ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରୁଥିବାବେଳେ ଶେଫାଲୀ ଭର୍ମା ଇତିହାସ ସୃଷ୍ଟି କରିଥିଲେ। ସେ ଏସୀୟ ଗେମ୍ସରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଥିଲେ।
ଏହି ମ୍ୟାଚରେ ଅଧିନାୟକ ସ୍ମୃତି ମନ୍ଧନା ଏବଂ ଶେଫାଳି ବର୍ମାଙ୍କ ଯୋଡି ଦଳକୁ ଏକ ଭଲ ଆରମ୍ଭ କରିଥିଲେ। ପ୍ରଥମ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୫୭ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା। ୧୬ ଟି ବଲରେ ୨୭ ରନ୍‌ର ଇନିଂସ ଖେଳିବା ପରେ ମନ୍ଧାନା ପାଭିଲିୟନକୁ ଫେରିଥିଲେ। ଶେଫାଲୀ ୩୯ଟି ବଲର ସମ୍ମୁଖୀନ ହୋଇ ୬୭ ରନ ସ୍କୋର କରିଥିଲେ। ସେ ୪ ଚୌକା ଓ ୫ ଛକା ମାରିଥିଲେ। ଏସିଆନ ଗେମ୍ସରେ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ଶେଫାଲୀ ପ୍ରଥମ ମହିଳା ଖେଳାଳି ହୋଇଥିଲେ।
୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟାର ଖେଳାଳି ଜେମିମା ରୋଡ୍ରିଗେଜ ଗୋଟିଏ ପଟରୁ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ। ଶେଫାଳୀ ବର୍ମା ମଧ୍ୟ କ୍ରମାଗତ ଭାବରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୭ ବଲରେ ୮୬ ରନର ଭାଗିଦାରୀ ହୋଇଥିଲା।
ଏଠାରୁ ଜେମିମା ରିଚା ଘୋଷଙ୍କ ସମର୍ଥନ ପାଇଲେ ଏବଂ ତୃତୀୟ ଉଇକେଟ ପାଇଁ ସେମାନଙ୍କ ମଧ୍ୟରେ ୧୨ଟି ବଲରେ ୩୦ ରନ ଭାଗିଦାରୀ ହୋଇଥିଲା। ୧୫ ଓଭରରେ ୨ ଉଇକେଟ ହରାଇ ଟିମ ଇଣ୍ଡିଆ ୧୭୩ ରନ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲା। ଜେମିମା ୨୯ ବଲରେ ଅପରାଜିତ ୪୭ ରନ ସଂଗ୍ରହ କରିଥିବାବେଳେ ରିଚା ମଧ୍ୟ ୭ ବଲରେ ୨୧ ରନର ଅପରାଜିତ ଇନିଂସ ଖେଳିଥିଲେ।
ସୂଚନାଯୋଗ୍ୟ ଯେ, ଶେଫାଳିଙ୍କ ସାମଗ୍ରିକ ରେକର୍ଡ ଭଲ ରହିଛି। ସେ ୨୨ଟି ଦିନିକିଆ ମ୍ୟାଚ ରେ ୫୩୫ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୯ ଟି-୨୦ରେ ୧୩୬୩ ରନ ସଂଗ୍ରହ କରିଛନ୍ତି। ସେ ୨ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି। ଏଥିରେ ୨୪୨ ରନ ସ୍କୋର କରିଛନ୍ତି। ଏହି ଅବଧିରେ ସେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri