ସ୍ବାମୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ସ୍ତ୍ରୀ, ଶାଶୁ ଗଲେ ଜେଲ

ଓଡ଼ଗାଁ,୧୭ା୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ବଡ଼ସାହିରେ ଘଟି ଯାଇଥିବା ଚାଞ୍ଚଲ୍ୟକର ହତ୍ୟା ଘଟଣାର ପୋଲିସ ଗୁମର ଖୋଲିଛି। ପରକୀୟା ପ୍ରୀତିରୁ ହତ୍ୟା ଘଟିଥିବା ପ୍ରଚାରିତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତ ଆଧାରରେ ଓଡ଼ଗାଁ ଥାନା ପୋଲିସ ସ୍ତ୍ରଗ ଜ୍ୟୋତ୍ସ୍ନା ନାୟକ(୩୨) ଏବଂ ଶାଶୁ ଡମୁଣୀ ପ୍ରଧାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ କଳହ ପ୍ରକାଶ ହତ୍ୟାର କାରଣ ହୋଇପାରେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ।
ପୋଲିସ ତଦନ୍ତ ଅନୁସାରେ, ମୃତ ସ୍ବାମୀ ପ୍ରକାଶ ନାୟକ ପ୍ରତ୍ୟେହ ମଦ୍ୟପାନ କରି ପାଟିତୁଣ୍ଡ କରିବା ସହ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିବା ବେଳେ ସ୍ତ୍ରୀ ଜ୍ୟୋତ୍ସ୍ନା ଏହାକୁ ବିରୋଧ କଲେ ନାନା ନିର୍ଯାତନା ଦେବା ସହିତ ମାରପିଟ୍‌ କରୁଥିଲେ। ଏଭଳି ବର୍ଷବର୍ଷ ଧରି ଚାଲିଥିବା ବେଳେ ସ୍ବାମୀ ପ୍ରକାଶଙ୍କ ନିର୍ଯାତନା ଅସହ୍ୟ ହେବାରୁ ସ୍ବାମୀଙ୍କୁ ଶେଷ କରି ଦେବାକୁ ଜ୍ୟୋତ୍ସ୍ନା ନିଷ୍ପତ୍ତି ନେଇଥିଲେ। ଏଣୁ ଜାନୁଆରୀ ମାସ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ୨୪ ତାରିଖ ରାତିରେ ଆଜକୁ ୨୪ଦିନ ପୂର୍ବେ ପ୍ରକାଶ ଘରେ ଶୋଇଥିବା ବେଳେ ଏକ ହେମଦସ୍ତା ପୁଆ ସାହାଯ୍ୟରେ ସ୍ତ୍ରୀ ଜ୍ୟୋତ୍ସ୍ନା ତାଙ୍କୁ ପିଟି ମାରି ଦେଇଥିବା ପୋଲିସ ସୂଚନାରୁ ଜଣାପଡିଛି। ପରେ ଘଟଣାକୁ ଲୋକଲୋଚନରୁ ଲୁଚାଇ ଦେବାକୁ ନିଜ ଘର ଭିତରେ ଗାତ ଖୋଳି ସେଥିରେ ସ୍ବାମୀଙ୍କ ମୃତଦେହକୁ ପୋତି ଦେଇଥିଲେ। ଏହାସହ ପ୍ରମାଣ ନଷ୍ଟ କରିବାକୁ ଘରେ ପଡ଼ିଥିବା ରକ୍ତକୁ କନାରେ ପୋଛି ସଫା କରିବା ସହ ରକ୍ତ ଭିଜା କପଡ଼ାକୁ ଘର ପଛ ପାଖରେ ପୋଡ଼ି ଦେଇଥିଲେ। ଏହି ହତ୍ୟାକାଣ୍ଡରେ ଜ୍ୟୋତ୍ସ୍ନାଙ୍କୁ ତାଙ୍କ ମା’ ଅର୍ଥାତ ପ୍ରକାଶଙ୍କ ଶାଶୁ ଡମୁଣୀ ପ୍ରଧାନ ସହାୟତା କରିଥିଲେ। ପୋଲିସ ଜୋତ୍ସ୍ନାରାଣୀ ଓ ତାଙ୍କ ମା’ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ବେଳେ ଏହି ହତ୍ୟାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତା’ର ତଦନ୍ତ ଜାରି ରଖିଛଛି। ହତ୍ୟାରେ ବ୍ୟବହୃତ ହେମଦସ୍ତାକୁ ପୋଲିସ ଜବତ କରିଛି।
ଅଭିଯୋଗ ଅନୁସାରେ, ବିବାହ ପରଠାରୁ ପ୍ରାୟ ୧୩ ବର୍ଷ ଧରି ପ୍ରକାଶ କୋମଣ୍ଡ ଗ୍ରାମ ବଡ଼ସାହି ନିଜ ଶ୍ୱଶୁର ଘରେ ରହୁଥିଲେ। ସେ ନିଖୋଜ ହେବା ଖବର ଜଣାପଡିବା ପରେ ସ୍ତ୍ରୀ ଜ୍ୟୋତ୍ସ୍ନା ଥାନାରେ କୌଣସି ଅଭିଯୋଗ କରି ନ ଥିବାରୁ ପ୍ରକାଶଙ୍କ ବାପାଙ୍କ ମନରେ ସନ୍ଦେହ ହେବାରୁ ଗୁରୁବାର ପୁଅ ନିଖୋଜ ଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ସାଙ୍ଗରେ ପୁଅଙ୍କ ଆଧାର କାର୍ଡ ଆଣି ନ ଥିଲେ। ଆଧାରକାର୍ଡ ଆଣିବା ପାଇଁ ପ୍ରକାଶଙ୍କ ବାପା ପୁଅଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଶ୍ୱଶୁର ଘରୁ ଆଧାର କାର୍ଡ ଆଣିଲା ବେଳେ ଘର ଭିତରେ ମାଟି ଖୋଳା ହୋଇଥିବା ଦେଖି ମନରେ ସନ୍ଦେହ ଉପୁଜିଥିଲା। ହେଲେ କାହାକୁ କିଛି ନ କହି ଆଧାର କାର୍ଡ ନେଇ ଥାନାକୁ ଆସିଥିଲେ। ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ମାଟି ଖୋଳା ଯିବା ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ପୋଲିସ ପ୍ରକାଶଙ୍କ ଶ୍ୱଶୁର ଘରକୁ ଯାଇ ଛାନଭିନ୍‌ ଆରମ୍ଭ କରିଥିଲା। ଛାନଭିନ୍‌ ବେଳେ ପୋଲିସର ସନ୍ଦେହ ବଢ଼ିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରେ ଭିତରେ ଗୁରୁବାର ରାତିରେ ମାଟି ଖୋଳି ଦେଖିବା ବେଳକୁ ପ୍ରକାଶଙ୍କ ମୃତଦେହ ମିଳିଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇ ଥିଲା। ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସାଇଣ୍ଟିଫିକ ଟିମ୍‌ ଘଟଣାର ତଦନ୍ତ କରିବା ସହ ପୋଲିସ ମଧ୍ୟ ଅଭିଯୁକ୍ତମାନଙ୍କ ନେଇ ସିନ୍‌ ରିକ୍ରିଏସନ କରିଥିଲା। ପାରିବାରିକ କଳହଙ୍କ ପାଇଁ ପ୍ରକାଶଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri