ଏମିତି ଜଣେ ମହିଳା, ଯିଏ ଅନ୍ତର୍ଜାତୀୟ ଭ୍ରମଣରେ ଆବଶ୍ୟକ କରନ୍ତି ନାହିଁ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ। ଯଦି ଏହି ପାସପୋର୍ଟ ବିନା ଅନ୍ୟ ଦେଶରେ ପ୍ରବେଶ କରି ଧରାପଡ଼ନ୍ତି, ତେବେ ସେଠାକାର ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବ୍ରିଟିଶ ରାଣୀ ହେଉଛନ୍ତି ଏକମାତ୍ର ବ୍ରିଟିଶ ଯିଏ ପାସପୋର୍ଟ ଆବଶ୍ୟକ କରନ୍ତି ନାହିଁ । ସେ ପାସପୋର୍ଟ ବିନା ସମସ୍ତ ଦେଶ ଭ୍ରମଣ କରିପାରିବେ। ତଥାପି, ସେମାନଙ୍କର କିଛି ଗୋପନୀୟ ଦଲିଲ ଅଛି, ଯାହା ପାସପୋର୍ଟ ସହିତ ସମାନ। ଜାଣନ୍ତୁ ପାସପୋର୍ଟ ସହିତ ଜଡିତ କିଛି କଥା।
ଯଦି ଆପଣ ଭାବୁଛନ୍ତି ଯେ, ଗତ ୧୦୦ ବର୍ଷ ମଧ୍ୟରେ ପାସପୋର୍ଟର ଧାରା ଆରମ୍ଭ ହୋଇଛି। ତେବେ ଆପଣ ସମ୍ପୂର୍ଣ୍ଣ ସତ୍ୟ ଜାଣି ନାହାଁନ୍ତି। ରିପୋର୍ଟ ଅନୁଯାୟୀ, ପାର୍ସୀ ରାଜା ଆର୍ଥଜାକ୍ସିଜ ପ୍ରଥମ ଯିଏ ଜଣେ ଅଧିକାରୀଙ୍କୁ ଏକ ଫର୍ମ ଦେଇଥିଲେ। ଯାହା ଆଧାରରେ ସେ କୌଣସି ବାଧା ବିନା ସମଗ୍ର ଜୁଡିଆ ଯାତ୍ରା କରିଥାନ୍ତି।

Share