Categories: ଫୁରସତ

ଏଚ୍‌ଆଇଭି ସଂକ୍ରମିତ ପ୍ରେମିକଙ୍କ ରକ୍ତକୁ ଦେହରେ ଇନ୍‌ଜେକ୍ଟ କଲେ

ଦିଶପୁର: ପ୍ରେମିକ, ପ୍ରେମିକାମାନେ ନିଜ ଭଲପାଇବାର ପ୍ରମାଣ ଦେବାକୁ ଯାଇ ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଘଟଣା ସବୁ ଘଟାଇବାର ନଜିର ରହିଛି। ସେହିପରି ପ୍ରେମିକ ନିକଟରେ ନିଜ ପ୍ରେମକୁ ପ୍ରମାଣିତ କରିବାକୁ ଯାଇ ଆସାମର ଜଣେ ୧୫ ବର୍ଷୀୟା ଯୁବତୀ ଏକ ଅଜବ କାଣ୍ଡ ଘଟାଇଛନ୍ତି। ଯୁବତୀଙ୍କ ଘର ଆସାମ ସଉଲକୁଚି ଜିଲାରେ। ବଏଫ୍ରେଣ୍ଡ ଏଚ୍‌ଆଇଭି ସଂକ୍ରମିତ ହୋଇଥିବାବେଳେ ତାଙ୍କ ସଂକ୍ରମିତ ରକ୍ତକୁ ସିରିଞ୍ଜ ସାହାଯ୍ୟରେ ଯୁବତୀ ଜଣକ ନିଜ ଦେହରେ ଇନ୍‌ଜେକ୍ଟ କରିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି। ଯୁବତୀଙ୍କୁ ଡାକ୍ତରଖାନାରେ ଅବ୍‌ଜରଭେସନ୍‌ରେ ରଖାଯାଇଛି। ଯୁବତୀଙ୍କ ପରିବାର ପ୍ରେମିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।
ଫେସ୍‌ବୁକ୍‌ ଜରିଆରେ ଦୁହିଁଙ୍କ ପ୍ରେମ। ସମ୍ପର୍କକୁ ୩ ବର୍ଷ ବିତିଯାଇଥିବାବେଳେ ଦୁହିଁଙ୍କ ପ୍ରେମ ଯେତେ ପୁରୁଣା ହୋଇଥିଲା ସେମାନଙ୍କ ସମ୍ପର୍କ ସେତେ ନିବିଡ଼ ହେବାରେ ଲାଗିଥିଲା। ଯୁବତୀ ଜଣକ ଅନେକଥର ପ୍ରେମିକ ସହ ଘରଛାଡ଼ି ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ପରିବାର ଲୋକେ ତାଙ୍କର ଏ ଯୋଜନାକୁ ସଫଳ ହେବାକୁ ଦେଇ ନ ଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳ ବ୍ୟତୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି। ୟୁଜରମାନେ ଯୁବତୀଙ୍କ ପାଗଳାମୀକୁ ନେଇ ମିମ୍‌ ତିଆରି କରିବା ଆରମ୍ଭ କରିଛନ୍ତି।

Share