କଥା ନ ହେବାରୁ ନାବାଳିକାଙ୍କ ତଣ୍ଟି କାଟିଦେଲେ

ଅନୁଗୋଳ ଅଫିସ, ୯ା୫: ବର୍ଷେ ହେଲା ନାବାଳିକାଙ୍କୁ ଜାଣିଥିଲେ ଯୁବକ। ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ବାର୍ତ୍ତାଳାପ ବନ୍ଦ କରିଦେଇଥିଲେ ନାବାଳିକା। ଆଉ ଏହାକୁ ନେଇ ଯୁବକ ଜଣକ ରାଗରେ ଏପରି ରକ୍ତମୁଖା ହୋଇଉଠିଥିଲେ ଯେ ଘରେ ପଶି ୧୩ ବର୍ଷୀୟା ନାବାଳିକାଙ୍କ ତଣ୍ଟି କାଟି ଜୀବନ ନେଇଗଲେ। ଅନୁଗୋଳ ସଦର ଥାନା କୁଇଓ ଅଞ୍ଚଳରେ ସୋମବାର ଜଣେ ଯୁବକଙ୍କ ଏପରି ଜଘନ୍ୟ କାଣ୍ଡ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ନଂ. ୨୩୪/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଏନ୍‌ଟିପିସି ଥାନା ବଡ଼ଗୁଣ୍ଡୁରୀ ଗ୍ରାମର ରଞ୍ଜନ ବେହେରାଙ୍କୁ ଧରିବାକୁ ତନାଘନା ଚଳାଇଛି।
ନାବାଳିକାଙ୍କ ପୈତୃକ ଘର ତାଳଚେର ବ୍ଲକ ଡଅଁରା ଅଞ୍ଚଳରେ। ଏକ ମାସ ହେଲା ତାଙ୍କ ପରିବାର ଅନୁଗୋଳ ସଦର ଥାନା କୁଇଓରେ ଘର କରି ରହୁଥିଲେ। ନାବାଳିକାଙ୍କ ସହ ବର୍ଷେ ହେଲା ଅଭିଯୁକ୍ତ ରଞ୍ଜନଙ୍କ ପରିଚୟ ଥିଲା। ଏପରି କି ଦୁହେଁ ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ନାବାଳିକା ରଞ୍ଜନଙ୍କ ସହ ଆଉ କଥା ହେଉ ନ ଥିଲେ। ଏହାକୁ ନେଇ ରାଗ ରଖିଥିବା ରଞ୍ଜନ ସୋମବାର ପୂର୍ବାହ୍ନ ୮ଟା ୩୦ରେ ଏକ ବାଇକ୍‌ରେ କୁଇଓ ଆସିଥିଲେ। ନାବାଳିକାଙ୍କ ଘର ସମ୍ମୁଖରେ ଗାଡ଼ି ରଖି ଘର ଭିତରକୁ ଧସେଇ ପସିଥିଲେ। ନାବାଳିକାଙ୍କ ମା’ ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି କବାଟ ବନ୍ଦ କରିଦେଇଥିଲେ। ଏହାପରେ ନାବାଳିକାଙ୍କ ରୁମ୍‌ ଭିତରକୁ ପଶିଯାଇ ଏକ ଧାରୁଆ ଛୁରିରେ ତଣ୍ଟି କାଟି ଛାତ ଉପର ଦେଇ ଖସି ଚାଲିଯାଇଥିଲେ। ତୁରନ୍ତ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ଅନୁଗୋଳ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ମୃତଦେହ ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ କୁଇଓ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକମାନେ ରାସ୍ତାରୋକୋ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ସଦର ପୋଲିସ ୩ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସନ୍ଧ୍ୟାରେ ହତ୍ୟାକାଣ୍ଡସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚତ୍ ତଦନ୍ତ କରିଛି। ଅଭିଯୁକ୍ତଙ୍କ ମା’ ଓ ଭାଇଙ୍କୁ ଥାନାକୁ ଉଠାଇ ଆଣି ରଞ୍ଜନଙ୍କ ସମ୍ପର୍କରେ ତଥ୍ୟ ପାଇବା ପାଇଁ ଉଦ୍ୟମ କରୁଛି। ଥାନା ଅଧିକାରୀ ରାଉତ କହିଛନ୍ତି, ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri