Posted inଖେଳ

ସନ୍ନ୍ୟାସ ଘୋଷଣା କଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର, ମଦ-ପାର୍ଟିକୁ ନେଇ ଲଗାତାର ଭାବେ ହେଉଥିଲେ ବ୍ୟାନ୍‌

ନୂଆଦିଲ୍ଲୀ,୧୪।୧: ସମସ୍ତ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିୟ କ୍ରିକେଟର ଶନ୍‌ ମାର୍ଶ। ୨୦୦୮ରେ ସେ ଦଳ ପକ୍ଷରୁ ଡେବ୍ୟୁ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ରେ ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ଆଧାରରେ ତାଙ୍କୁ ଏହି ସୁଯୋଗ ମିଳିଥିଲା। ୨୦୧୯ରେ ଅଷ୍ଟ୍ରେଲିଆ ପାଇଁ ତାଙ୍କର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ଏହା ଏକ ଦିନିକିଆ ମୁକାବିଲା ଥିଲା।

ମାର୍ଶ ତାଙ୍କର ୧୧ ବର୍ଷର କ୍ୟାରିୟରରେ ମୋଟ ୩୮ ଟେଷ୍ଟ, ୭୩ ଦିନିକିଆ ଏବଂ ୧୫ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଏଥିରେ ଯଥାକ୍ରମେ ସେ ୨୨୬୫ ରନ୍‌, ୨୭୭୩ ରନ୍‌ ଏବଂ ୨୫୫ ରନ୍‌ ସ୍କୋର କରିଥିଲେ। ଟେଷ୍ଟରେ ସେ ୬ ଏବଂ ଦିନିକିଆରେ ୭ ଶତକ ହାସଲ କରିଛନ୍ତି।

ଗୋଟିଏ ପଟେ ଶନ୍‌ ଜଣେ ଦକ୍ଷ କ୍ରିକେଟର ଥିଲେ। ହେଲେ ସେ କିଛି ଅନୈତିକ କାର୍ଯ୍ୟ କରୁଥିଲେ। ଅଷ୍ଟ୍ରେଲିଆ ଦଳରେ ଯୋଗ ଦେବା ପୂର୍ବରୁ ତାଙ୍କୁ ୨ ମ୍ୟାଚ୍‌ ଲାଗି ବ୍ୟାନ୍‌ କରାଯାଇଥିଲା। କାରଣ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ। ୨୦୦୭ର ଏହି ଘଟଣା ପରେ ୨୦୧୨ରେ ସେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଚାମ୍ପିଅନ୍ସ ଲିଗ୍‌ ଟି୨୦ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରୁ ସେ ଓହରି ଯାଇଥିଲେ। କାରଣ ସେ ସାନଭାଇ ମିଚେଲ ମାର୍ଶଙ୍କ ୨୧ତମ ଜନ୍ମଦିନରେ ସାରାରାତି ପାର୍ଟି କରୁଥିଲେ।

ଶନ୍‌ ମାର୍ଶ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜିଓଫ ମାର୍ଶଙ୍କ ବଡ ପୁଅ। ତାଙ୍କ ସାନଭାଇ ମିଚେଲ ମାର୍ଶ ବର୍ତ୍ତମାନର ଅଷ୍ଟ୍ରେଲିଆ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ରିକେଟର ଅଛନ୍ତି। ଶନ୍‌ଙ୍କ ପତ୍ନୀ ରେବିକା ମାର୍ଶ ଚ୍ୟାନେଲ ୭ ର ଜଣେ ସାମ୍ବାଦିକ। ଶନ୍‌ଙ୍କର ୩ ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri