NEET PGରେ ଶାଶ୍ୱତ, UGରେ ଶିବାନୀଙ୍କ ବାଜିମାତ୍‌: ଅଞ୍ଚଳରେ ଖେଳିଗଲା ଖୁସି

ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ):NEET PG ଏବଂ UG ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶିତ ହୋଇଛି। ଏନଇଇଟିପିଜିରେ ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା ଡ. ଶାଶ୍ବତ ରଥ ସର୍ବଭାରତୀୟ ସ୍ତରରେ ୧୯୪ ରାଙ୍କ ରଖିଛନ୍ତି। ସେ ହେଉଛନ୍ତି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଦାମୋଦର ରଥ ଏବଂ ମାତା ସାରଦା କୁମାରୀ ଦାସଙ୍କ ପୁତ୍ର ଅଟନ୍ତି। ଶାଶ୍ୱତଙ୍କ ଏହି ସଫଳତାରେ ପରିବାର ଲୋକ, ସାଙ୍ଗସାଥି ଏବଂ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ଆସୁଛି। ଶାଶ୍ବତ ପୂର୍ବରୁ କଟକ ଏସସିବି ମେଡିକାଲ କଲେଜରେ ଏମବିବିଏସ କରିଥିଲେ। ଗତବର୍ଷ ସେ ଗୋଲ୍ଡ ମ୍ୟାଡଲ ପାଇଥିଲେ। ସେ ଜଣେ ମେଧାବୀ ଛାତ୍ର। ପରୀକ୍ଷା ଫଳ ପ୍ରକାଶିତ ପରେ ଦେଶର ପ୍ରଥମ ବଡ ମେଡିକାଲ କଲେଜ ଦିଲ୍ଲୀରେ ନାମ ଲେଖାଇବା ସୁଯୋଗ ପାଇବେ।

ସେହିଭଳି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଝାଡ଼ାଭୂମି ଗ୍ରାମ ନିକଟ କାଳଞ୍ଜି ନୂଆପଲି ଗ୍ରାମର ଶିବାନୀ ବିଷୋୟୀ ନିଟ ୟୁଜି ପ୍ରବେଶିକାରେ ୧୫୭ ରାଙ୍କ ରଖିଛନ୍ତି । ତେଣୁ ସେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏମ୍‌ବିବିଏସ ନାମ ଲେଖା ପାଇଁ ମନୋନୀତ ହୋଇଛନ୍ତି। ଶିବାନୀ ମଧ୍ୟବିତ୍ତ ପରିବାରର। ତାଙ୍କ ବାପା ଜଣେ ଚାଷୀ ଏବଂ ମାଆ ଜଣେ ଗୃହିଣୀ। ଶିବାନୀ କଠିନ ପରିଶ୍ରମ କରି ଆଜି ଏହି ସଫଳତା ପାଇଛନ୍ତି। ସେ ଝାଡଭୂମି ହାଇସ୍କୁଲରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଜଗନ୍ନାଥପ୍ରସାଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରୁ +୨ ପଢ଼ିଥିଲେ । ଯୁକ୍ତ ୨ ପାସ ହେବାପରେ ନିଟ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଶିବାନୀଙ୍କ ଏହି ସଫଳତା ପାଇଁ ଅଞ୍ଚଳବାସୀ ଗର୍ବ ଅନୁଭବ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri