Posted inଜାତୀୟ

ଶର୍ମିଲା କଡ଼ପାରୁ ଲଢ଼ିବେ

ନୂଆଦିଲ୍ଲୀ,୩ା୪(ପି.ଟି.): ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେଥିରେ ଓଡ଼ିଶାରୁ ୮ ଜଣ ଥିବାବେଳେ ଆନ୍ଧ୍ରରୁ ୫, ବିହାରରୁ ୩ ଏବଂ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ପିସିସି ମୁଖ୍ୟ ଓ୍ବାଇ.ଏସ୍‌. ଶର୍ମିଲା କଡ଼ପାରୁ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଏମ୍‌. ପାଲାଜ ରାଜୁଙ୍କୁ ଆନ୍ଧ୍ରର କାକିନାଡ଼ାରୁ ପ୍ରାର୍ଥୀ କରାଯାଇଛି। ସେହିପରି ଗିଡୁଗୁ ରୁଦ୍ର ରାଜୁ ରାଜମୁନ୍ଦ୍ରୀରୁ, ଜେ.ଡି. ସଲିମ୍‌ ବାପ୍‌ଟଲାରୁ ଏବଂ ପି.ଜି. ରାମପୁଲ୍ଲାୟା କୁର୍ନୁଲରୁ ପ୍ରାର୍ଥୀ ହୋଇଛନ୍ତି। ମହମ୍ମଦ ଜାଓ୍ବେଦ ଏବଂ ତାରିକ୍‌ ଅନ୍‌ଓ୍ବାର ଯଥାକ୍ରମେ ବିହାରର କିଶନଗଞ୍ଜ ଏବଂ କଟିହାର ଆସନରୁ ଲଢ଼ିବେ। ପଶ୍ଚିମବଙ୍ଗର ଦାର୍ଜିଲିଂରୁ ମୁନିଶ ଟମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି। ଓଡ଼ିଶାର କୋରାପୁଟ ଆସନରେ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ସଞ୍ଜୟ ଭୋଇଙ୍କୁ ବରଗଡ଼ରୁ, ଜନାର୍ଦ୍ଦନ ଦେହୁରିଙ୍କୁ ସୁନ୍ଦରଗଡ଼ରୁ, ମନୋଜ ମିଶ୍ରଙ୍କୁ ବଲାଙ୍ଗୀରରୁ, ଦ୍ରୌପଦୀ ମାଞ୍ଝିଙ୍କୁ କଳାହାଣ୍ଡିରୁ, ଭୁଜବଳ ମାଝିଙ୍କୁ ନବରଙ୍ଗପୁରରୁ, ଅମିରଚାନ୍ଦ ନାୟକଙ୍କୁ କନ୍ଧମାଳରୁ, ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ବ୍ରହ୍ମପୁରରୁ ପ୍ରାର୍ଥୀ କରାଯାଇଛି। ଏହାକୁ ମିଶାଇ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମୋଟ ୨୨୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲାଣି। ତେବେ ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଆସନକୁ ନେଇ ସସ୍ପେନ୍ସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri