ମିଳନ ପୂର୍ବରୁ ସାର୍କ ପାଇଁ କାଳ ସାଜିଛି ବେଆଇନ ଟ୍ରଲର,ବୋଟ୍‌

ମହାକାଳପଡ଼ା,୨୯୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପ୍ରକୃତିର ଅନବଦ୍ୟ ସୃଷ୍ଟି ଓ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ପାଇଁ ଭୃସ୍ବର୍ଗ। ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ, ଗଭୀର ସମୁଦ୍ରର ନୀଳ ଜଳ ରାଶି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଗହୀରମଥାର ଜୈବ ବିବିଧତା ଓ ଆଦ୍ରଭୂମିକୁ ସୁଦୂର ପ୍ରଶାନ୍ତ ମହାସାଗରରୁ ସାମୁଦ୍ରିକ ଜୀବଜନ୍ତୁମାନଙ୍କୁ ଆକୃଷ୍ଟ କରିଥାଏ। ସେଥିପାଇଁ ଶୀତଋତୁ ଆରମ୍ଭ ହେବା ମାତ୍ରେ ଗହୀରମଥା ପ୍ରେମରେ ପଡ଼ିଯାଆନ୍ତି ଦେଶ ବିଦେଶର ସାମୁଦ୍ରିକ ବିରଳ ଜୀବଜନ୍ତୁ । ସେମାନଙ୍କ ମଧ୍ୟରେ ଅଲିଭ ରିଡ଼ଲେ କଇଁଛ, ହର୍ସସୁ କ୍ରାବ , ବିଭିନ୍ନ ପ୍ରଜାତିର ଡଲ୍‌ଫିନ , ସାର୍କ ଭଳି ବିରଳ ପ୍ରଜାତିର ମାଛ ଅନେକ ମାଇଲି ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥାକୁ ଚାଲି ଆସନ୍ତି ନିଜର ବଂଶ ବିସ୍ତାର ପାଇଁ। ଗହୀରମଥା ନୀଳ ଜଳରାଶିରେ ଚାଲେ ସେମାନଙ୍କ ମିଳନ ପ୍ରକ୍ରିୟା । ଦୀର୍ଘ ୩ ମାସ ସେମାନେ ଗହୀରମଥାରେ ରହିବା ପରେ ଡିମ୍ବ ଦେଇ ସେମାନେ ଶାବକ ଜନ୍ମ ଦେଇଥାନ୍ତି। କିନ୍ତୁ ମିଳନ ପୂର୍ବରୁ ସେମାନଙ୍କ ଚାଲି ଯାଉଛି ଜୀବନ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଳା ବାଟ ଦେଇ ବହୁ ସଂଖ୍ୟାରେ ଟ୍ରଲର, ବୋଟ୍‌ ବେଆଇନ ପ୍ରବେଶ କରିବା ଦ୍ୱାରା ଗାଞ୍ଜ ଜାଲରେ ପଡ଼ି ଏମାନଙ୍କର ଅକାଳରେ ଜୀବନ ଯାଉଛି। ଏହାକୁ ନେଇ ପରିବେଶବିତ୍‌ମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି ମୁହାଁଣରେ ଏକ ବିରଳ ପ୍ରଜାତିର ବ୍ଲାକ୍‌ ଟିପ୍‌ ସାର୍କକୁ (୫କେଜି) ବେଆଇନ ଭାବେ ପ୍ରବେଶ କରିଥିବା ବୋଟ୍‌ରୁ ଜବତ କରିଛି ବନ ବିଭାଗର ସ୍ପେଶାଲ ପାଟ୍ରୋଲିଂ ଟିମ୍‌ ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାତ୍ର କେବଳ ବନ ବିଭାଗକୁ ଛାଡ଼ି ଦେଲେ ସାମୁଦ୍ରିକ ଥାନା, ତଟରକ୍ଷୀ ବାହିନୀର ସୁରକ୍ଷା କର୍ମଚାରୀଙ୍କ ଦେଖା ମିଳୁନି। ବିସ୍ତୀର୍ଣ୍ଣ ଅଞ୍ଚଳକୁ ପଇଁତରା ମାରିବା ବିନ ବିଭାଗ ଟିମ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏ ନେଇ ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି କୁହନ୍ତି, ବିରଳ ପ୍ରଜାତିର ସାର୍କର ମୁତ୍ୟୁ ଗହୀରମଥା ପାଇଁ ଶୁଭଙ୍କର ନୁହେଁ। ବିଦେଶାଗତ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ଅନ୍ତୁଡ଼ିଶାଳ ଭାବେ ଗହୀରମଥା ପରିଚିତ। ପ୍ରତ୍ୟେକ ସାମୁଦ୍ରିକ ଜୀବଜନ୍ତୁମାନଙ୍କୁ ସୁରକ୍ଷା ଦେବା ଆମମାନଙ୍କ ଦାୟିତ୍ୱ । ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣା କୁହନ୍ତି, ବୋଟ୍‌ରୁ ଜବତ ହୋଇଛି ବ୍ଲାକ୍‌ ଟିପ୍‌ ସାର୍କ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପାଟ୍ରୋଲିଂ ଟିମ୍‌ ଦ୍ବାରା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri