ସରିଲା ମକରମେଳା

ଗୋପବନ୍ଧୁ ନଗର/ବୈଶିଙ୍ଗା,୨୧ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତ ଅନ୍ତର୍ଗତ ଖଡିକାପଦା ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ମକର ମେଳା ଉଦ୍‌ଯାପିତ ହୋଇଯାଇଛି। ପୂଜକ ରଶ୍ମି ରଞ୍ଜନ ହୋତା ଓ ଦିବ୍ୟ ସାଗର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରୁଦ୍ରାଭିଷେକ, ରୁଦ୍ର ଚଣ୍ଡିପାଠ, ହୋମ ଯଜ୍ଞ ପ୍ରଭୃତି ୫ଦିନ ଧରି ଚାଲିଥିଲା। କାର୍ଯ୍ୟକ୍ରମକୁ ବୁଧିଆ ଦଣ୍ଡପାଟ, ବିଦେଶୀ ଚୌଧୁରୀ, ଶକୁନ୍ତଳା ମୁଖୀ, ଭାମା ମଳିକ, ଭାବ ମଳିକଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରିଥିଲେ। ସେହିପରି ପଟୁଆ ଓ ସିକିଡିଆଠାରେ ମଧ୍ୟ କମିଟି ପକ୍ଷରୁ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ପଟୁଆଠାରେ ଭଜନ ସମାରୋହ ଓ ସିକିଡିଆଠାରେ ଯାତ୍ରା ପରିବେଷଣ ହୋଇଥିଲା।
ବୈଶିଙ୍ଗା ଥାନା ଅଧୀନ ବଣଦାମଦରପୁର ନିକଟସ୍ଥ ଡୁଟୁସାହିଠାରେ ୨୮ତମ ମକର ପର୍ବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ୩ଦିନ ଧରି ଫୁଟବଲ ମ୍ୟାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଫାଇନାଲ ମ୍ୟାଚରେ କାକରାପାଳ ଟିମ୍‌ ଚାମ୍ପିୟନ ହୋଇଥିବା ବେଳେ ଦିଗିନୂଆସାହି ଟିମ ରନର୍ସଅପ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭାଜପା ଜିଲା ସଭାପତି କାନ୍ଦରା ସୋରେନ, ମୁଖ୍ୟବକ୍ତା ବଡ଼ସାହି ବିଧାୟକ ସନାତନ ବିଜୁଳି, ସମ୍ମାନିତ ଅତିଥି ଭାବେ ଓବିସି ମୋର୍ଚ୍ଚା ଜିଲା ସଭାପତି ବ୍ରଜମୋହନ ବେହେରା, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ବୈଶିଙ୍ଗା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଉତ୍ସର୍ଗ ବେହେରା, ସର୍ବେଶ୍ୱର ନାୟକ, ରତିକାନ୍ତ ମହାନ୍ତ, କେନ୍ଦୁଆ ପଞ୍ଚାୟତ ସରପଞ୍ଚ ମନମୋହନ ମାଝି ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ। ପ୍ରଶାନ୍ତ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri