Categories: ବାଣିଜ୍ୟ

ଷ୍ଟକ୍‌ ବ୍ରୋକିଂରେ ଶେୟାର ଡଟ୍‌ ମାର୍କେଟ୍‌

ଭୁବନେଶ୍ୱର, ୩୧।୮: ଦେଶର ପ୍ରମୁଖ ଡିଜିଟାଲ ଓ୍ବାଲେଟ୍‌ ତଥା ଅନ୍‌ଲାଇନ ପେମେଣ୍ଟ ଆପ୍‌ ଫୋନ୍‌ପେ’ର ସହାୟକ କମ୍ପାନୀ ଫୋନ୍‌ପେ ୱେଲ୍‌ଥ ବ୍ରୋକିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପରିଚାଳିତ ଶେୟାର ଡଟ୍‌ ମାକେର୍ଟର ଶୁଭାରମ୍ଭ ହୋଇଯାଇଛି। ଏପରିକି ଷ୍ଟକ୍‌ ବ୍ରୋକିଂ କ୍ଷେତ୍ରରେ ମଧ୍ୟ ଶେୟାର ଡଟ୍‌ ମାର୍କେଟ୍‌ର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଶେୟାର ଡଟ୍‌ ମାର୍କେଟ୍‌ର ସିଇଓ ଉଜ୍ଜ୍ୱଳ ଜୈନ୍‌ କହିଛନ୍ତି, ଆମେ ଶେୟାର ଡଟ୍‌ ମାର୍କେଟ୍‌ର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଶେୟାର ଡଟ୍‌ ମାର୍କେଟ୍‌ ଆମର ବୈଷୟିକ ପ୍ରବୃତ୍ତି, ପହଞ୍ଚ, ବାଧାହୀନ ନିଯୁକ୍ତି ଓ ଉତ୍କୃଷ୍ଟ ଉପତ୍ାଦ ଅନୁଭୂତିର ସମର୍ଥନ ସହିତ ଏହି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ସେହିଭଳି ଶେୟାର ଡଟ୍‌ ମାକେର୍ଟର ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର ସୁଜିତ୍‌ ମୋଦି କହିଛନ୍ତି,ଆମେ ନିବେଶକ ଓ ଟ୍ରେଡରମାନଙ୍କ ଷ୍ଟକ୍‌ ବଜାରରେ ନିୟୋଜିତ ହେବାର ଶୈଳୀକୁ ନୂଆ ରୂପ ଦେବାକୁ ଲକ୍ଷ୍ୟ ରଖିଛୁ। ବିଶେଷକରି ଶେୟାର ଡଟ୍‌ ମାର୍କେଟ୍‌ ନୂତନ ଜନଆଧାରକୁ ବ୍ରୋକିଂ କ୍ଷେତ୍ରକୁ ଆଣିବ,ସେମାନଙ୍କୁ ୱେଲ୍‌ଥ-ବାସ୍କେଟ୍‌ ସମେତ ଅଫ୍‌-ଦ-ସେଲ୍ଫ କ୍ୱାଣ୍ଟ ରିସର୍ଚ୍ଚ ଆଧାରିତ ଅଫରିଂ ସହ ନିଜର ନିବେଶ ଯାତ୍ରା ଆରମ୍ଭ କରିବାରେ ସାହାଯ୍ୟ କରିବ। ଶେୟାର ଡଟ୍‌ ମାର୍କେଟ୍‌ ଡିସ୍କାଉଣ୍ଟ ବ୍ରୋକିଂକୁ ଉନ୍ନତ କରିବା ସହ ନିବେଶକ ଓ ଟ୍ରେଡରଙ୍କ ପାଇଁ ଉନ୍ନତ ଗ୍ରାହକ ଅନୁଭୂତି ନିଶ୍ଚିତ କରୁଛି। ସେହିପରି ଶେୟାର ଡଟ୍‌ ମାକେର୍ଟ ଏକ ମୋବାଇଲ ଆପ୍‌ ଓ ଡେଡିକେଟେଡ୍‌ ୱେବ୍‌ ପ୍ଲାଟ୍‌ଫର୍ମ ଭାବେ ଉପଲବ୍ଧ ହେଉଛି, ଯାହା ଖୁଚୁରା ନିବେଶକମାନଙ୍କୁ ଷ୍ଟକ୍‌ କିଣିବା, ଇଣ୍ଟ୍ରା ଡେ କାରବାର କରିବା, କ୍ୟୁରେଟେଡ୍‌ ୱେଲ୍‌ଥ ବାସ୍କେଟ୍‌ ଓ ମ୍ୟୁଚୁଆଲ ଫଣ୍ଡ୍‌ ଆଦି କ୍ରୟ କରିବା ପାଇଁ ସକ୍ଷମ କରିଥାଏ। ଶେୟାର ଡଟ୍‌ ମାର୍କେଟ୍‌ କାର୍ଯ୍ୟକାରିତା ସହ ପରିମାଣାତ୍ମକ ଅନୁସନ୍ଧାନ ପ୍ରଦାନକରି ଷ୍ଟକ୍‌ ବ୍ରୋକିଂକୁ ନୂତନ ଦିଗ ପ୍ରଦାନ କରିବ।

Share