ସଙ୍ଗୀତ ପ୍ରେମରେ ଶାନ୍ତିସ୍ବରୂପ

କାମାକ୍ଷାନଗର, ୭।୧୨( ସୁଧୀର କୁମାର ପରିଡ଼ା ): ସଙ୍ଗୀତକୁ ନେଇ ଆଖିରେ ଆଖିଏ ସ୍ବପ୍ନ । ଆଧୁନିକ ହେଉ କି ଶାସ୍ତ୍ରୀୟ ରାଗ, ତାଙ୍କ କଣ୍ଠରୁ ଝରିପଡୁଥିବା ପ୍ରତିଟି ସ୍ବର ବିଭୋର କରେ ଶ୍ରୋତାଙ୍କୁ। ମାତ୍ର ୪ ବର୍ଷରୁ ଆରମ୍ଭ ହୋଇଥିବା ସଙ୍ଗୀତ ସାଧନାର ଏହି ଯାତ୍ରା ସମୟର ପ୍ରତିକୂଳ ସ୍ରୋତ ପାର କରି ଏବେ ବେଶ୍‌ ପରିପକ୍ୱ। ଛୋଟମୋଟ ଷ୍ଟେଜ୍‌ ଶୋ’ରୁ ୟୁଟ୍ୟୁବ ସେନ୍‌ସେନଶନ ପାଲଟିଥିବା ଏହି କଳାକାର ଜଣକ ହେଉଛନ୍ତି ଶାନ୍ତିସ୍ବରୂପ ପଟ୍ଟନାୟକ। ସାମାନ୍ୟ ଅନୂକୁଳ ପରିବେଶ ପାଇଲେ ପ୍ରତିଭା ବିକଶିତ ହୁଏ, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଏହି ଯୁବ କଣ୍ଠଶିଳ୍ପୀ।

ମୁଁ ତତେ ଭଲପାଉଛି କାହିଁକି, ସପନ ଦେଖେ ରାତିରେ ଚେଇଁକି…। ପାଞ୍ଚ ଦିନ ତଳେ ୟୁଟ୍ୟୁବରେ ରିଲିଜ୍‌ ହୋଇଥିବା ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା। ଏହି ରୋମାଣ୍ଟିକ୍‌ ଟ୍ରାକ୍‌ ଅଦ୍ୟାବଧି ୨୪୦୦ରୁ ଊର୍ଦ୍ଧ୍ୱ ଭିୟୁ ପାଇସାରିଥିବାବେଳେ ଲାଭ କରିଛି ଅନନ୍ୟ ଦର୍ଶକୀୟ ସ୍ବୀକୃତି। ଏହି ଗୀତ ପଛରେ ଯାହାର ଅବଦାନ ସବୁଠୁ ବେଶି ସେ ହେଉଛନ୍ତି ୧୭ ବର୍ଷୀୟ ଯୁବ କଣ୍ଠଶିଳ୍ପୀ ଶାନ୍ତିସ୍ବରୂପ। ସାଧନା କଲେ ସଫଳତା ମିଳେ। ଏହା ପ୍ରମାଣ କରି ଦେଖାଇଛନ୍ତି ସେ। ତୁଳସୀ ଦୁଇ ପତ୍ରରୁ ବାସେ, କଠିନ ପରିଶ୍ରମ ଏବଂ ଅଧ୍ୟବସାୟରେ ସବୁକିଛି ସମ୍ଭବ, ଏହା ତାଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି।
ଢେଙ୍କାନାଳ ଜିଲା କାମାକ୍ଷାନଗରର ସଞ୍ଜୟ ପଟ୍ଟନାୟକ ଏବଂ ଶୁଶ୍ରୀ ପଟ୍ଟନାୟକଙ୍କ ଏକମାତ୍ର ପୁଅ ହେଉଛନ୍ତି ଶାନ୍ତିସ୍ବରୂପ। ଜଣେ ସଫଳ କଣ୍ଠଶିଳ୍ପୀ ହେବାର ଜିଦ୍‌ ତାଙ୍କୁ ସଂଗୀତ ଜଗତରେ ଦେଇଛି ନିଆରା ପରିଚୟ। ମାତ୍ର ୪ ବର୍ଷରୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ଯାତ୍ରା। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ସାହୁଙ୍କଠାରୁ ସେ ଜାରି ରଖିଛନ୍ତି ସଙ୍ଗୀତ ଶିକ୍ଷା। ବିଦ୍ୟାଳୟ, ଛୋଟ ଛୋଟ ଷ୍ଟେଜ୍‌ ଶୋ’ ଏବଂ ବଡ଼ ବଡ଼ ମଞ୍ଚରେ ଦକ୍ଷତା ଦେଖାଇ ସେ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଅର୍ଜିଛନ୍ତି ଯଶ। ଢେଙ୍କାନାଳ ପଲ୍ଲିଶ୍ରୀ ମେଳା, ବାହୁଡ଼ାଯାତ୍ରା ଭଜନ ସମାରୋହ, ପୁରୀ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସମାରୋହ, କଟକ ବାଲିଯାତ୍ରା, କଟକ ଆକାଶବାଣୀରେ ମନଛୁଅଁା ଭଜନ ଗାଇ ଶ୍ରୋତାଙ୍କ ମନରେ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ। ଖାଲି ସେତିକି ନୁହେଁ, ଡ୍ରାମାରେ ତାଙ୍କର ଜୀବନ୍ତ ଅଭିନୟ ନାଟ୍ୟପ୍ରେମୀଙ୍କୁ ବାନ୍ଧି ରଖିବାରେ ସମର୍ଥ। କାମାକ୍ଷାନଗର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ଶାନ୍ତିସ୍ବରୂପ ସମାନ୍ତରାଳ ଭାବେ ଅଭିନୟ ଏବଂ ସଙ୍ଗୀତ ସାଧନା ଜାରି ରଖିଛନ୍ତି। ନିକଟରେ ୟୁଟ୍ୟୁବ୍‌ ଚ୍ୟାନେଲ ‘ସମୃଦ୍ଧି ମ୍ୟୁଜିକ୍‌’ରେ ସହ କଳାକାର କଣ୍ଠଶିଳ୍ପୀ ସଲୋନୀଙ୍କ ସହିତ ମୁଁ ତତେ ଭଲପାଉଛି କାହିଁକି, ସପନ ଦେଖେ ରାତିରେ ଚେଇଁକି…ଟ୍ରାକ୍‌ ଦର୍ଶକୀୟ ଆଦୃତି ଲାଭ କରିଛି।
ପ୍ରତିଯୋଗିତାରେ ହାରିବା ଜିତିବା ବଡ଼କଥା ନୁହେଁ, କଳାକାରଙ୍କ ଗହଣରେ ସାମିଲ ହେଲେ ଶିଖିବାର ସୁଯୋଗ ମିଳିବ। ସାଧନା ହିଁ ସଫଳତାର ମୂଳମନ୍ତ୍ର। ନିରବଚ୍ଛିନ୍ନ ଉଦ୍ୟମ ବଳରେ ଜଣେ ସଫଳତା ଶିଖରରେ ପହଞ୍ଚତ୍ ପାରିବ ବୋଲି ଶାନ୍ତିସ୍ବରୂପ କହିଛନ୍ତି। ଭବିଷ୍ୟତରେ ସଙ୍ଗୀତକୁ ନେଇ କ୍ୟାରିୟର କରିବେ କି ବୋଲି ପ୍ରଶ୍ନରେ ସେ କୁହନ୍ତି, ଏହା ତାଙ୍କ ସ୍ବପ୍ନ। ଜଣେ ପ୍ରଚ୍ଛଦପଟ ଗାୟକ ଭାବେ ନିଜକୁ ପ୍ରତିଷ୍ଠା କରାଇବା ତାଙ୍କର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri