Posted inଜାତୀୟ

ଶାନ୍ତନୁଙ୍କୁ ହାଇକୋର୍ଟ ଜାମିନ

ମୁମ୍ବାଇ,୧୭ା୨: ସ୍ବିଡେନର କୁନି କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ‘ଟୁଲ୍‌କିଟ୍‌’ ମାମଲାରେ ମଙ୍ଗଳବାର ପୁଣେର ଯୁବ ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ଙ୍କୁ ବମ୍ବେ ହାଇକୋର୍ଟ ଟ୍ରାଞ୍ଜିଟ୍‌ ବେଲ୍‌ ଦେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ ଖୋଜୁଥିବା ମୁମ୍ବାଇର ଆଇନଜୀବୀ ନିକିତା ଜାକୋବଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ୩ ମାସ ପୂରିବାକୁ ଯାଉଥିବାବେଳେ ପୋଲିସ ଜଣେ ପରେ ଜଣେ ଆକ୍ଟିଭିଷ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି। ଫ୍ରାଇଡେ ଫର୍‌ ଫ୍ୟୁଚର (ଏଫ୍‌ଏଫ୍‌ଏଫ୍‌) ଇଣ୍ଡିଆର ୨୧ ବର୍ଷୀୟା ମୁଖ୍ୟ ଦିଶା ରବିଙ୍କୁ ତାଙ୍କ ବାଙ୍ଗାଲୁରୁସ୍ଥିତ ବାସଭବନରୁ ଶନିବାର ରାତିରେ ଦିଲ୍ଲୀ ପୋଲିସ ଉଠାଇ ୫ ଦିନିଆ ରିମାଣ୍ଡରେ ନେଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସର ଅନୁରୋଧ କ୍ରମେ ଜାତୀୟ ରାଜଧାନୀସ୍ଥିତ ଏକ କୋର୍ଟ ଶାନ୍ତନୁ ଓ ନିକିତାଙ୍କ ବିରୋଧରେ ସୋମବାର ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲେ। ଦିଲ୍ଲୀ ପୋଲିସର ଏକ ଟିମ୍‌ ଦୁହିଙ୍କୁ ଧରିବା ପାଇଁ ମୁମ୍ବାଇରେ ଡେରା ପକାଇଲା। ଶାନ୍ତନୁ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠରେ ଟ୍ରାଞ୍ଜିଟ୍‌ ବେଲ୍‌ ପାଇଁ ପିଟିଶନ କରିଥିବାବେଳେ ନିକିତା ମୁମ୍ବାଇରେ ଅଗ୍ରିମ ଜାମିନ ଆବେଦନ କରିଥିଲେ। ଶାନ୍ତନୁଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ତାଙ୍କୁ ୧୦ ଦିନିଆ ଟ୍ରାଞ୍ଜିଟ୍‌ ବେଲ୍‌ ଦେଇଛନ୍ତି। ଅନ୍ୟପକ୍ଷେ ସମାନ ମାମଲାରେ ଆଇନଜୀବୀ ନିକିତା ଜାକୋବଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଏହି ରାୟ ପ୍ରକାଶ ପାଇବ।
ପୋଲିସର କହିବା ହେଉଛି କୃଷକ ଆନ୍ଦୋଳନ ଚାଲିଥିବାବେଳେ ଜାନୁୟାରୀ ୨୬ରେ ଟ୍ରାକ୍ଟର ପରେଡ୍‌ ସମୟରେ ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ ଦିଲ୍ଲୀର ଟିକ୍ରି ସୀମାରେ ଉପସ୍ଥିତ ଥିଲେ। ପରଦିନ ସେ ଆନ୍ଦୋଳନସ୍ଥଳ ଛାଡ଼ି ଚାଲିଯାଇଥିଲେ। ଏହା ପୂର୍ବରୁ ଶାନ୍ତନୁ ଓ ନିକିତା ଜଳବାୟୁ ପରିବର୍ତ୍ତନ କର୍ମୀ ଦିଶା ରବିଙ୍କ ସହ ମିଶି କୃଷକ ଆନ୍ଦୋଳନ ସପକ୍ଷରେ ଏକ ଟୁଲ୍‌କିଟ୍‌ ତିଆରି କରିଥିଲେ। ସାଧାରଣରେ ଉପଲବ୍ଧ ଏହି ଅନ୍‌ଲାଇନ୍‌ ଦସ୍ତାବିଜକୁ ଭାରତର ଛବି ଖରାପ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ପୋଏଟିକ୍‌ ଜଷ୍ଟିସ୍‌ ଫାଉଣ୍ଡେଶନ (ପିଜେଏଫ୍‌) ସହଯୋଗରେ ଉକ୍ତ ଟୁଲ୍‌କିଟ୍‌ ତିଆରି କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସର ସାଇବର ସେଲ୍‌ ଦାବି କରିଛି। ସେହିପରି ପିଜେଏଫ୍‌ ପକ୍ଷରୁ ଆୟୋଜିତ ଏକ ଜୁମ୍‌ ମିଟିଂରେ ଦିଶା, ନିକିତା ଓ ଶାନ୍ତନୁ ଯୋଗଦେଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଚାଟ୍‌ ଗ୍ରୁପ୍‌ରେ ହୋଇଥିବା କଥୋପକଥନ ମଧ୍ୟ ଦିଲ୍ଲୀ ପୋଲିସ ପାଇଥିବା କହିଛି। ଭାରତରେ ଜଳବାୟୁ ଆନ୍ଦୋଳନ ସହ ଜଡ଼ିତ ଆକ୍ଟିଭିଷ୍ଟମାନଙ୍କ ନାମ ଟୁଲ୍‌କିଟ୍‌ରେ ଥିଲା। ତେଣୁ ଏଫ୍‌ଏଫ୍‌ଆଇ ପ୍ରତିଷ୍ଠାତା ଗ୍ରେଟା ଥନ୍‌ବର୍ଗଙ୍କୁ ଦିଶା ଉକ୍ତ ଟୁଲ୍‌କିଟ୍‌କୁ ଟୁଇଟରରେ ପୋଷ୍ଟ ନ କରିବା ପାଇଁ କହିଥିଲେ ବୋଲି ପୋଲିସ ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri