Posted inଜାତୀୟ

ଶାନ୍ତନୁଙ୍କୁ ହାଇକୋର୍ଟ ଜାମିନ

ମୁମ୍ବାଇ,୧୭ା୨: ସ୍ବିଡେନର କୁନି କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ‘ଟୁଲ୍‌କିଟ୍‌’ ମାମଲାରେ ମଙ୍ଗଳବାର ପୁଣେର ଯୁବ ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ଙ୍କୁ ବମ୍ବେ ହାଇକୋର୍ଟ ଟ୍ରାଞ୍ଜିଟ୍‌ ବେଲ୍‌ ଦେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ ଖୋଜୁଥିବା ମୁମ୍ବାଇର ଆଇନଜୀବୀ ନିକିତା ଜାକୋବଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ୩ ମାସ ପୂରିବାକୁ ଯାଉଥିବାବେଳେ ପୋଲିସ ଜଣେ ପରେ ଜଣେ ଆକ୍ଟିଭିଷ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି। ଫ୍ରାଇଡେ ଫର୍‌ ଫ୍ୟୁଚର (ଏଫ୍‌ଏଫ୍‌ଏଫ୍‌) ଇଣ୍ଡିଆର ୨୧ ବର୍ଷୀୟା ମୁଖ୍ୟ ଦିଶା ରବିଙ୍କୁ ତାଙ୍କ ବାଙ୍ଗାଲୁରୁସ୍ଥିତ ବାସଭବନରୁ ଶନିବାର ରାତିରେ ଦିଲ୍ଲୀ ପୋଲିସ ଉଠାଇ ୫ ଦିନିଆ ରିମାଣ୍ଡରେ ନେଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସର ଅନୁରୋଧ କ୍ରମେ ଜାତୀୟ ରାଜଧାନୀସ୍ଥିତ ଏକ କୋର୍ଟ ଶାନ୍ତନୁ ଓ ନିକିତାଙ୍କ ବିରୋଧରେ ସୋମବାର ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲେ। ଦିଲ୍ଲୀ ପୋଲିସର ଏକ ଟିମ୍‌ ଦୁହିଙ୍କୁ ଧରିବା ପାଇଁ ମୁମ୍ବାଇରେ ଡେରା ପକାଇଲା। ଶାନ୍ତନୁ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠରେ ଟ୍ରାଞ୍ଜିଟ୍‌ ବେଲ୍‌ ପାଇଁ ପିଟିଶନ କରିଥିବାବେଳେ ନିକିତା ମୁମ୍ବାଇରେ ଅଗ୍ରିମ ଜାମିନ ଆବେଦନ କରିଥିଲେ। ଶାନ୍ତନୁଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ତାଙ୍କୁ ୧୦ ଦିନିଆ ଟ୍ରାଞ୍ଜିଟ୍‌ ବେଲ୍‌ ଦେଇଛନ୍ତି। ଅନ୍ୟପକ୍ଷେ ସମାନ ମାମଲାରେ ଆଇନଜୀବୀ ନିକିତା ଜାକୋବଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଏହି ରାୟ ପ୍ରକାଶ ପାଇବ।
ପୋଲିସର କହିବା ହେଉଛି କୃଷକ ଆନ୍ଦୋଳନ ଚାଲିଥିବାବେଳେ ଜାନୁୟାରୀ ୨୬ରେ ଟ୍ରାକ୍ଟର ପରେଡ୍‌ ସମୟରେ ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ ଦିଲ୍ଲୀର ଟିକ୍ରି ସୀମାରେ ଉପସ୍ଥିତ ଥିଲେ। ପରଦିନ ସେ ଆନ୍ଦୋଳନସ୍ଥଳ ଛାଡ଼ି ଚାଲିଯାଇଥିଲେ। ଏହା ପୂର୍ବରୁ ଶାନ୍ତନୁ ଓ ନିକିତା ଜଳବାୟୁ ପରିବର୍ତ୍ତନ କର୍ମୀ ଦିଶା ରବିଙ୍କ ସହ ମିଶି କୃଷକ ଆନ୍ଦୋଳନ ସପକ୍ଷରେ ଏକ ଟୁଲ୍‌କିଟ୍‌ ତିଆରି କରିଥିଲେ। ସାଧାରଣରେ ଉପଲବ୍ଧ ଏହି ଅନ୍‌ଲାଇନ୍‌ ଦସ୍ତାବିଜକୁ ଭାରତର ଛବି ଖରାପ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ପୋଏଟିକ୍‌ ଜଷ୍ଟିସ୍‌ ଫାଉଣ୍ଡେଶନ (ପିଜେଏଫ୍‌) ସହଯୋଗରେ ଉକ୍ତ ଟୁଲ୍‌କିଟ୍‌ ତିଆରି କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସର ସାଇବର ସେଲ୍‌ ଦାବି କରିଛି। ସେହିପରି ପିଜେଏଫ୍‌ ପକ୍ଷରୁ ଆୟୋଜିତ ଏକ ଜୁମ୍‌ ମିଟିଂରେ ଦିଶା, ନିକିତା ଓ ଶାନ୍ତନୁ ଯୋଗଦେଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଚାଟ୍‌ ଗ୍ରୁପ୍‌ରେ ହୋଇଥିବା କଥୋପକଥନ ମଧ୍ୟ ଦିଲ୍ଲୀ ପୋଲିସ ପାଇଥିବା କହିଛି। ଭାରତରେ ଜଳବାୟୁ ଆନ୍ଦୋଳନ ସହ ଜଡ଼ିତ ଆକ୍ଟିଭିଷ୍ଟମାନଙ୍କ ନାମ ଟୁଲ୍‌କିଟ୍‌ରେ ଥିଲା। ତେଣୁ ଏଫ୍‌ଏଫ୍‌ଆଇ ପ୍ରତିଷ୍ଠାତା ଗ୍ରେଟା ଥନ୍‌ବର୍ଗଙ୍କୁ ଦିଶା ଉକ୍ତ ଟୁଲ୍‌କିଟ୍‌କୁ ଟୁଇଟରରେ ପୋଷ୍ଟ ନ କରିବା ପାଇଁ କହିଥିଲେ ବୋଲି ପୋଲିସ ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri