ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର ପ୍ରତି ଗୋଚର-ରାଶି ପରିବର୍ତ୍ତନ ସମସ୍ତଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ୨୦୨୫ ମସିହା ମାର୍ଚ୍ଚ ମାସରେ ଶନିଦେବ କୁମ୍ଭ ରାଶିରୁ ଯାଇ ମୀନ ରାଶିରେ ଅବସ୍ଥାନ କରିଥିଲେ ।

ଶନିଦେବ ଏହି ରାଶିରେ ଆସନ୍ତା ୨୦୨୭ ଯାଏ ରହିବେ । ଏଣୁ ଯେଉଁ ଜାତକର ଜନ୍ମ ରାଶିରେ ଶନି ୨, ୫ ଅଥବା ୯ ସ୍ଥାନରେ ବିରାଜମାନ କରିବେ ସେମାନଙ୍କ ଜୀବନରେ ଏକ ବଡ ଧରଣର ସକରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିସ୍ଥିତିରେ ୨୦୨୬ରେ ଶନି ମୀନ ରାସିରେ ବସି ଏହି ରାଶି ଗୁଡିକ ଉପରେ ଆସନ୍ତା ୨୦୨୭ ଯାଏ ନିଜ ଦୃଷ୍ଟି ବନେଇ ରଖିବେ ।

ଏ ସମ୍ପର୍କରେ ବିଭିନ୍ନ ଜ୍ୟୋତିଷ ବିଷାରଦମାନେ ମତ ଦେଇ କହିଛନ୍ତି ଯେ, ଅଢେଇ ବର୍ଷର ଏହି ମହତ୍ତ୍ୱପୂର୍ଣ୍ଣ ଗୋଚରରେ ୩ ରାଶି ଗୁଡିକୁ ବିଷେଷ ଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ରାଶିଗୁଡିକ ପାଇଁ ଆର୍ଥିକ, କ୍ୟାରିୟର, ସମୃଦ୍ଧି ଓ ଧନ ବୃଦ୍ଧି ମାମଲାରେ ଆଗକୁ ବହୁତ ଖରାପ ସମୟ ଆସିବାକୁ ବାକି ରହିଛି । ଆସନ୍ତୁ ଜାଣିବା କେଉଁ ରାଶି ବିଶିଷ୍ଠ ବ୍ୟକ୍ତି ବିଶେଷମାନଙ୍କୁ ୨୦୨୭ ଯାଏ ସାବଧାନ ହୋଇ ଚଳିବାକୁ ପଡିବ ।

ଶନିଦେବଙ୍କ ଏହି ଗୋଚର ଚଳନ କର୍କଟ ରାଶିର ଲୋକମାନଙ୍କ ପାଇଁ ଆଶା ଆଶଙ୍କାରେ ଭର୍ତ୍ତି ହୋଇ ରହିଛି । ଯେଉଁମାନଙ୍କର କ୍ୟରିୟରରେ ସଫଳତା ମିଳିବା ଅଟକି ରହିଛି ସେମାନଙ୍କୁ ଆହୁରି ଅନେକ ସମୟଯାଏ ସଫଳତା ମିଳିବାର ସମ୍ଭାବନା କମ ରହିଛି । ଚାକିରି ବଦଳାଇବା କିମ୍ୱା ପ୍ରମୋସନ ମିଳିବାର ମଧ୍ୟ ସମ୍ଭାବନା କମ ରହିଛି । ବେପାରରେ ନିବେସ କରିଥିବା ଲୋକମାନହ୍କୁ ମଧ୍ୟ ଉପଯୁକ୍ତ ଲାଭ ମିଳିବନାହିଁ ।

ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଗୋଚର କ୍ୟରିୟର-ବେପାର କ୍ଷେତ୍ରରେ ପ୍ରବଳ ଅସୁବିଧାର କାରଣ ହେବାକୁ ଯାଉଛି । ଅଧିକ ପରିଶ୍ରମ ପରେ ମଧ୍ୟ ଲାଭ ବହୁତ କମ ମିଳିବ । ଅଫିସରେ ଅଯଥା କଳହ, ପଦୋନ୍ନତିରେ ଅସୁବିଧା ଓ ସମାଲୋଚନା ଭଳି ସ୍ଥିତି ସୃଷ୍ଚି ହୋଇପାରେ । ସମ୍ପତ୍ତି ଓ ନିବେଶ ମାମଲା ଗୁଡିକରେ କ୍ଷତି ହେବାର ସମ୍ଭାବନା ସର୍ବାଧିକ ରହିଛି । ଏହଛଡା ବିଭିନ୍ନ ସମ୍ପର୍କରେ ମନୋମାଳିନ୍ୟ ବଢିବା ଯୋଗୁଁ ମାନସିକ ଅସ୍ଥିରତା ମଧ୍ୟ ବୃଦ୍ଧି ପାଇବ ।

କୁମ୍ଭ ରାଶିରେ ବର୍ତ୍ତମାନ ଶନିଙ୍କର ସାଢେସତ ଚାଲିର ଶେଷ ଚରଣ ଜାରି ରହିଛି । ଶନିଙ୍କର ଏହି ବିଶେଷ ଚାଲି ଯୋଗୁଁ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଆୟର ନୂଆ ସ୍ରୋତ ସୃଷ୍ଟି ହେବା ପରିବର୍ତ୍ତେ, ବ୍ୟୟର ପରିମାଣ ବଢିଚାଲିବ । ବେପାର କ୍ଷେତ୍ରରେ ଅଚନକ କ୍ଷତି ହେବା ସହ ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିବ । ସ୍ୱସ୍ଥଠୁ ନେଇ ପରିବାର ଯାଏ ସବୁକ୍ଷେତ୍ରରେ ଅସୁବିଧା ଲାଗି ରହିବ । ଅନେକ ଲୋକମାନଙ୍କ ପାଇଁ ଏହି ସମୟ ବହୁତ ଅଶୁଭ ରହିବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଆମେରିକା ଆଖି ଆଗରେ ଖାମେନେଇଙ୍କୁ ନେଇଗଲା ରୁଷିଆ!

ମସ୍କୋ,୧୫।୩: ଏପର୍ଯ୍ୟନ୍ତ, ସମ୍ଭାବ୍ୟ ଇରାନ-ଆମେରିକା ସଂଘର୍ଷରେ ରୁଷିଆର ଭୂମିକା ସମ୍ପର୍କରେ ଆଲୋଚନା କେବଳ କଳ୍ପନାଜଳ୍ପନା ହୋଇ ରହିଥିଲା; ତଥାପି, ଏକ ନୂତନ ରିପୋର୍ଟ ଏବେ ସାମ୍ନାକୁ ଆସିଛି…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼, ଥରିଲେ ଟ୍ରମ୍ପ!

ସିଓଲ,୧୫ା୩: ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼…

ସେନା ପଠାଇଲା ଆମେରିକା, ଏବେ ବିଶ୍ୱଯୁଦ୍ଧ ଥୟ!

ଓ୍ୱାଶିଂଟନ୍‌ ,୧୫ା୩: ଇରାନ୍‌ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍‌ ଆହୁରି ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ପୂର୍ୱରୁ ଆମେରିକା ଉପରେ ପରୋକ୍ଷରେ ଚାପ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri