୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ ବୃହସ୍ପତିଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଶୁଭ ‘ନବପଞ୍ଚମ ରାଜଯୋଗ’ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଭାଗ୍ୟଶାଳୀ ଏବଂ ଫଳଦାୟୀ ବୋଲି ବିବେଚନା କରାଯାଏ।

ଏହି ଶୁଭ ଯୋଗର ପ୍ରଭାବରୁ କେତେକ ରାଶିର ଲୋକଙ୍କୁ ଆର୍ଥିକ ଲାଭ, କ୍ୟାରିୟରରେ ଅଗ୍ରଗତି ଏବଂ ସମାଜରେ ମାନ-ସମ୍ମାନ ମିଳିବାର ପ୍ରବଳ ଯୋଗ ରହିଛି। ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି:

ମେଷ ରାଶି (Aries)
ମେଷ ରାଶିର ଜାତକଙ୍କ ପାଇଁ ଏହି ନବପଞ୍ଚମ ରାଜଯୋଗ ଅତ୍ୟନ୍ତ ଶୁଭ ଫଳ ଆଣିଦେବ। କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ ଏବଂ ପଦୋନ୍ନତି (ପ୍ରମୋସନ) ର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ନୂଆ ଆୟର ପନ୍ଥା ଖୋଲିବ।

ମିଥୁନ ରାଶି (Gemini)
ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଭାଗ୍ୟର ପୂର୍ଣ୍ଣ ସହଯୋଗ ଆଣିଦେବ। ବ୍ୟବସାୟରେ ନୂଆ ଚୁକ୍ତି (ଡିଲ) ଫାଇନାଲ ହୋଇପାରେ, ଯାହାଦ୍ୱାରା ଭବିଷ୍ୟତରେ ବଡ଼ ଲାଭ ମିଳିବ। କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବାର ସମ୍ଭାବନା ଅଛି।

ତୁଳା ରାଶି (Libra)
ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନି-ଗୁରୁଙ୍କ ଏହି ସଂଯୋଗ ବରଦାନ ସଦୃଶ। ଆପଣଙ୍କର ଅଟକି ରହିଥିବା କାମ ପୂରଣ ହେବ। ପରିବାରରେ ହସଖୁସିର ମାହୋଲ ରହିବ ଏବଂ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷାରେ ସଫଳତା ପାଇବାର ଶୁଭ ଯୋଗ ରହିଛି।

ଧନୁ ରାଶି (Sagittarius)
ଧନୁ ରାଶିର ଜାତକଙ୍କ ପାଇଁ ଏହି ରାଜଯୋଗ କ୍ୟାରିୟରରେ ନୂଆ ଉଚ୍ଚତା ଆଣିଦେବ। ନୂଆ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ସୁଯୋଗ ମିଳିପାରେ। ବିଦେଶ ଯାତ୍ରାର ସମ୍ଭାବନା ରହିଛି ଏବଂ ନିବେଶରୁ ଭଲ ଲାଭ ମିଳିବ।

Share