ଏହି ୬ ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ଅସୁବିଧାରେ ପକାନ୍ତି ନାହିଁ ଶନି, ରଖିଥାନ୍ତି କୃପାଦୃଷ୍ଟି

ସୂର୍ଯ୍ୟ ପୁତ୍ର ହେଉଛନ୍ତି ଶନି। କୁହାଯାଏ ଶନିଙ୍କ ଦୃଷ୍ଟି ଯାହା ଉପରେ ପଡେ ତା’ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ହେଲେ ନ୍ୟାୟର ଦେବତା କୁହାଯାଉଥିବା ଶନି ସର୍ବଦା ଲୋକଙ୍କୁ ଅସୁବିଧାରେ ପକାଇ ନ ଥାନ୍ତି। ଯଦି ସେ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ତା’ର ଖୁସି ସହ ଧନସମ୍ପଦ ବୃଦ୍ଧି ପାଇଥାଏ। ଆସନ୍ତୁ ଆଜି ଜାଣିବା ଶନି କେବେ ଏବଂ କାହାକୁ ଅସୁବିଧାରେ ପକାଇ ନ ଥାନ୍ତି।

-ଯିଏ ଦାନ ଧର୍ମ କରିଥାନ୍ତି:
ଯେଉଁ ଲୋକ ଗରିବ ଏବଂ ଅସହାୟଙ୍କ ସୁବିଧା ପାଇଁ ସର୍ବଦା ତତ୍ପର ରୁହନ୍ତି, ଦାନ ଧର୍ମ କରିଥାନ୍ତି, ଶନି ତାଙ୍କ ଉପରେ ସର୍ବଦା ନିଜର କୃପାଦୃଷ୍ଟି ରଖିଥାନ୍ତି। ବିଶେଷଭାବେ କଳା ଚଣା, ସୋରିଷ/ଜଡ଼ା ତେଲ, ବିରି ଡାଲି, ତେଲ, ପୋଷାକ କିମ୍ବା ଖାଦ୍ୟପେୟର ସାମଗ୍ରୀ ଦାନ କରୁଥିବା ଲୋକଙ୍କ ଉପରେ ଶନି ପ୍ରସନ୍ନ ରହିଥାନ୍ତି।

-ଯିଏ କୁକୁରର ସେବା କରିଥାନ୍ତି:
ଶନି କୁକୁରଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ଉପରେ ଖୁସି ରହିଥାନ୍ତି। ବିଶେଷକରି କଳା କୁକୁରକୁ ରୁଟି କିମ୍ବା କ୍ଷୀର ଦେଲେ ଶନି ପ୍ରସନ୍ନ ରୁହନ୍ତି। ଯିଏ ନିୟମିତ ଭାବେ କୁକୁରଙ୍କ ସେବା କରନ୍ତି, ତାଙ୍କୁ ଆର୍ଥିକ ଭାବେ ଦେବାଲିୟା ହେବାକୁ ଶନି ଦେଇ ନ ଥାନ୍ତି। ଏପରିକି କୁକୁରକୁ ସୋରିଷ ତେଲରେ ରୁଟି ବୁଡ଼ାଇ ଦେଲେ ରାହୁ-କେତୁ ଭଳି ଦୋଷରୁ ମୁକ୍ତି ପାଇ ହୁଏ ବୋଲି କୁହାଯାଏ।

-ନଖ ବଢ଼ାଉ ନ ଥିବା ବ୍ୟକ୍ତି:
ନ୍ୟାୟ ପ୍ରିୟ ଶନିଙ୍କୁ ସଫାସଫି ବହୁତ ପସନ୍ଦ। ଯେଉଁ ଲୋକ ସର୍ବଦା ପରିଷ୍କାର ରହିଥାନ୍ତି, ଶନି ତାଙ୍କୁ ଅସୁବିଧାରେ ପକାଇ ନ ଥାନ୍ତି। ବିଶେଷକରି ଜଣଙ୍କୁ ନଖ ଅପରିଷ୍କାର ରଖିବା ଉଚିତ ନୁହେଁ। ଏହାପୂର୍ବରୁ ତାକୁ କାଟି ଦେବା ଉଚିତ।

ଶନିବାର ଉପବାସ କରୁଥିବା ବ୍ୟକ୍ତି:
ଯେଉଁ ଲୋକ ଶନିବାର ଶନିଙ୍କ ପାଇଁ ଉପବାସ କରିଥାନ୍ତି ଏବଂ ଦାନଧର୍ମର କାର୍ଯ୍ୟ କରିଥାନ୍ତି, ତାଙ୍କ ଉପରେ ଶନି ପ୍ରସନ୍ନ ରହିଥାନ୍ତି। ଶନିଙ୍କ ବ୍ରତ କରି ନିଜର ଭୋଜନକୁ ଅନ୍ୟ କାହାକୁ ବାଣ୍ଟିଲେ ମଧ୍ୟ ସେ ଖୁସି ହୁଅନ୍ତି। ଏମାନଙ୍କ ଘରେ ଖାଦ୍ୟ ନଚେତ ଧନର ଅଭାବ ରୁହେ ନାହିଁ।

ପିତ୍ରୁ ପୁରୁଷଙ୍କ ଶ୍ରାଦ୍ଧ କରୁଥିବା ବ୍ୟକ୍ତି:

ଯେଉଁ ଲୋକ ସମୟରେ ପିତ୍ରୁ ପୁରୁଷଙ୍କ ଶ୍ରାଦ୍ଧ କରିଥାନ୍ତି, ତାଙ୍କ ଉପରେ ଶନି ପ୍ରସନ୍ନ ହୋଇ ସମସ୍ତ କଷ୍ଟ ଦୂର କରିଥାନ୍ତି। ପିତୃପକ୍ଷ ଶନିବାର ଏବଂ ଅମାବାସ୍ୟାରେ ଶନିଙ୍କ ପୂଜା କରିବା ଫଳଦାୟୀ ବୋଲି କୁହାଯାଏ। ଯଦି କେବେ ଶନିବାର ଅମାବାସ୍ୟା ପଡେ ତେବେ ଶନି ପୂଜା ପାଇଁ ବହୁତ ଶୁଭ ଦିନ ବୋଲି କୁହାଯାଏ। ଏହି ଦିନ ଶନିଙ୍କ ତେଲ ଲାଗି କରନ୍ତୁ। ଓସ୍ତ ଗଛର ପୂଜା କରି ଜଳ ଅର୍ପଣ କରିବା ସହ ସାତ ଥର ପରିକ୍ରମା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri