Posted inଖେଳ

ଯେବେ ଯାଏ ବିରାଟ କୋହଲି ଅଛନ୍ତି, ସେବେ ଯାଏ ଟେଷ୍ଟ କ୍ରିକେଟର ଭାଗ୍ୟ ଉଜ୍ଜ୍ୱଳ

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍‌ ଜିତି ୨-୧ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ। ଖରାପ ଆରମ୍ଭ ସତ୍ତ୍ୱେ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭୂରି ପ୍ରଶଂସା କରାଯାଉଛି। ପୂର୍ବତନ ଅଷ୍ଟ୍ରେଲିୟ ସ୍ପିନର ଶେନ ଓ୍ବାର୍ନ କୋହଲିଙ୍କ ପ୍ରଶଂସା କରି କହିଛନ୍ତି, ଯେତେବେଳ ଯାଏ କୋହଲି ଭାରତୀୟ ଦଳରେ ଅଛନ୍ତି ଟେଷ୍ଟ କ୍ରିକେଟ ସେତେବେଳ ଯାଏ ଚାଲିବ।

ସ୍କାଇ ସ୍ପୋଟ୍ସ ସହ ସାକ୍ଷାତକାରରେ ଓ୍ବାର୍ନ କହିଛନ୍ତି, ଦଳ କୋହଲିଙ୍କୁ ଦେଖିଥାଏ। ଏଣୁ ତାଙ୍କୁ ସମସ୍ତ ଖେଳାଳିଙ୍କଠାରୁ ସମ୍ମାନ ମିଳିଥାଏ। ଖେଳାଳିମାନେ ତାଙ୍କ କଥା ଶୁଣିଥାନ୍ତି। ତାଙ୍କ ପାଇଁ ଖେଳିଥାନ୍ତି। ଜଣେ ଅଧିନାୟକ ପାଇଁ ଜରୁରୀ ଯେ ତାର ଦଳ ତା’ ପାଇଁ ଖେଳୁ। ଯେଉଁଭଳି ଭାବେ କୋହଲି ନିଜର ସଞ୍ଚାଳନ କରନ୍ତି ତାଙ୍କର ଧନ୍ୟବାଦ ସମସ୍ତେ କରିବା ଉଚିତ ବୋଲି ମନେକରୁଥିବା ଓ୍ବାର୍ନ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଭଳି ଭାବେ କୋହଲି ନେତୃତ୍ୱ ନେଇଥାନ୍ତି, ସେ ଦଳକୁ ଭରସା ଦେଇଛନ୍ତି। ଖେଳରେ ଭରସା ମହତ୍ୱପୂର୍ଣ୍ଣ। ଯଦି ତୁମେ ବିଶ୍ୱାସ କରିବ ନାହିଁ ତେବେ ତୁମ ଦଳ ଯେତେ ଭଲ ହେଉନା କାହିଁକି ତୁମେ ସଫଳ ହେବ ନାହିଁ। କୋହଲି ଦଳକୁ ସେହି ବିଶ୍ୱାସ ଦେଇଛନ୍ତି। ତାକୁ ଦେଖିବା ଏକ ସୁଖଦ ଅନୁଭୂତି ଦେଇଥାଏ। ଏଣୁ ଯେତେ ଯାଏ କୋହଲି ଅଛନ୍ତି ସେତେ ଯାଏ ଟେଷ୍ଟ କ୍ରିକେଟ ଲମ୍ବା ଚାଲିବ। ଏଣୁ ସେ ବହୁତ ସମୟ ଯାଏ ଖେଳନ୍ତୁ ବୋଲି ପ୍ରାର୍ଥନା କର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri