Posted inଜାତୀୟ

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇଲେ

କୋଲକତା,୨୧।୭: ମଣିପୁରର ଏହି ଲଜ୍ଜାଜନକ ଘଟଣା ନେଇ ବିବାଦ ଥମି ନ ଥିବା ବେଳେ ପଶ୍ଚିମବଙ୍ଗରେ ସମାନ ଘଟଣା ସାମ୍ନାକୁ ଆସିଛି।

ପଶ୍ଚିମବଙ୍ଗର ହାୱଡାର ପାଞ୍ଚଲାରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ପୀଡିତା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଏକ ଗ୍ରାମ ପଞ୍ଚାୟତର ଜଣେ ମହିଳା ପ୍ରାର୍ଥୀ। ମହିଳା ଜଣକ କ୍ଷମତାସୀନ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି। କର୍ମକର୍ତ୍ତାମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଦୁର୍ବବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାଟି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହିଂସା ଅର୍ଥାତ୍‌ ଜୁଲାଇ ୮ର କୁହାଯାଉଛି। ମହିଳା ପ୍ରାର୍ଥୀ ଅଭିଯୋଗ କରିଛନ୍ତି ଯେ, ତୃଣମୂଳ କର୍ମକର୍ତ୍ତାମାନେ ତାଙ୍କୁ ଉଲଗ୍ନ କରି ପୁରା ଗାଁରେ ପରେଡ କରେଇଥିଲେ। ପୀଡିତାଙ୍କ ଅଭିଯୋଗରେ ପାଞ୍ଚଲା ପୋଲିସ ଏକ ମାମଲା ରୁଜୁ କରିଛିି।

ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ତାଙ୍କୁ ପ୍ରାୟ ୪୦-୫୦ ତୃଣମୂଳ ଉପଦ୍ରବକାରୀମାନେ ମାରପିଟ୍‌ କରିଛନ୍ତି। ପୀଡିତା ଏଫ୍‌ଆଇଆର୍‌ କପିରେ ତୃଣମୂଳ ପ୍ରାର୍ଥୀ ହେମନ୍ତ ରାୟ, ନୁର ଆଲାମ, ଅଲଫି ଏସ.କେ, ରଣବୀର ପଞ୍ଜା ସଞ୍ଜୁ, ସୁକମଲ ପଞ୍ଜାଙ୍କ ସମେତ ଅନେକ ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ମୋର ପିନ୍ଧା ପୋଷାକ ଚିରିଦେବାକୁୁ ଚେଷ୍ଟା କରିଥିଲେ ଏବଂ ମୋତେ ଉଲଗ୍ନ କରିବାକୁ ବାଧ୍ୟ କରିଥିଲେ। ସମସ୍ତଙ୍କ ସାମ୍ନାରେ ମୋତେ ଅସଦାଚରଣ କରିଥିଲେ। ଅନୁପଯୁକ୍ତ ଭାବରେ ମୋତେ ଛୁଇଁବାକୁ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଯିବା ପୂର୍ବରୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ମାଲେସିଆ ଗସ୍ତ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବେ ପ୍ରତିରକ୍ଷା,…

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ

ଭୁବନେଶ୍ବର,୭।୨: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri