Posted inଖେଳ

ଶାଜି ପ୍ରଭାକରନ୍‌ଙ୍କୁ ହଟାଇଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୯ା୧୧(ପି.ଟି.): ବୁଧବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏହାର ମହାସଚିବ ଶାଜି ପ୍ରଭାକରନଙ୍କୁ ପଦରୁ ହଟାଇଛି। ଭରସା ଭାଙ୍ଗିଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଥିବା ଏଆଇଏଫ୍‌ଏଫ୍‌ ସ୍ପଷ୍ଟ କରିଛି। କିଭଳି ଭାବରେ ପ୍ରଭାକରନ ଭରସା ଭାଙ୍ଗିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇ ନ ଥିବା ବେଳେ ନିଯୁକ୍ତିର ୧୪ ମାସରେ ତାଙ୍କୁ ହଟାଇ ଦିଆଯାଇଛି। ଏଆଇଏଫ୍‌ଏଫ୍‌ ପକ୍ଷରୁ ଏକ ବିବୃତି ଜାରି କରାଯିବା ସହିତ ୭ ନଭେମ୍ବରରୁ ତୁରନ୍ତ ପ୍ରଭାକରନଙ୍କୁ ତାଙ୍କ ପଦରୁ ହଟାଯାଉଛି ବୋଲି କୁହାଯାଇଛି। ସଭାପତି କଲ୍ୟାଣ ଚୌବେ ଏହି ବିବୃତିରେ ସ୍ବାକ୍ଷର କରିଛନ୍ତି। ଏଆଇଏଫ୍‌ଏଫ୍‌ର ଉପସମ୍ପାଦକ ଏମ୍‌. ସତ୍ୟନାରାୟଣଙ୍କୁ କାର୍ଯ୍ୟକାରୀ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଭାକରନଙ୍କୁ ସେପ୍ଟେମ୍ବର ୩, ୨୦୨୨ରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ଓ ସେପ୍ଟେମ୍ବର ୬ରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ଏହି ମାମଲାକୁ ନେଇ ପ୍ରଭାକରନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଉପ ସଭାପତି ଏନ୍‌. ଏ. ହରିସ୍‌ ଏହାକୁ ନେଇ ପ୍ରତିକ୍ରିୟା ଦେବା ସହ ପ୍ରଭାକରନଙ୍କ କାର୍ଯ୍ୟଶୈଳୀକୁ ନେଇ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଖୁସି ନ ଥିବା କହିଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପ୍ରଭାକରନ ଏକ ଟୁଇଟ୍‌ କରିବା ସହିତ ଏଆଇଏଫ୍‌ଏଫ୍‌ ମଧ୍ୟରେ ସବୁ କିଛି ଠିକ୍‌ ନ ଥିବା ଉଲ୍ଲେଖ କରିଥିଲେ। ଆମ ନିକଟରେ ଶକ୍ତି ଓ ସାମର୍ଥ୍ୟ ରହିଛି, ଯାହାର ଉପଯୋଗ କରି ଆମେ ଠିକ୍‌ ଦିଗରେ କାର୍ଯ୍ୟ କରିବା ଉଚିତ। ବ୍ୟକ୍ତିଗତ ସ୍ବାର୍ଥ ରହିଲେ ଏପରି ହେବା ସମ୍ଭବ ନୁହେଁ ବୋଲି ସେ ଲେଖିଥିଲେ। ଭାରତକୁ ଗର୍ବିତ କରିବାକୁ ମୁଁ ମୋର ପ୍ରଥମ ଦାୟିତ୍ୱ ଭାବରେ ବିବେଚନା କରିଥାଏ ବୋଲି ସେ ଲେଖିଥିଲେ। ପୂର୍ବରୁ ଦିଲ୍ଲୀ ଫୁଟ୍‌ବଲର ସଭାପତି ଭାବରେ ପ୍ରଭାକରନ କାର୍ଯ୍ୟ କରୁଥିଲେ। ଗୁରୁବାର କାର୍ଯ୍ୟକାରୀ କମିଟି ପକ୍ଷରୁ ଏକ ବୈଠକ ଡକା ଯାଇଥିବା ନେଇ ସୂଚନା ଦେଇଛନ୍ତି ଉପସଭାପତି ଏନ୍‌. ଏ. ହରିସ୍‌। କାର୍ଯ୍ୟକାରୀ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମହାସଚିବ ପଦଟି ଏକ ବେତନଭୋଗୀ ପଦବୀ। ସଭାପତି ତାଙ୍କୁ ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନ ସଭାପତି ହିଁ ତାଙ୍କୁ ବରଖାସ୍ତ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri