ଶାହରୁଖ୍‌ ଶ୍ରେଷ୍ଠ ଅଭିନେତା, ‘ଆନିମଲ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଆବୁଧାବି, ୩୦।୯: ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ସର୍ବୋତ୍ତମ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଶନିବାର ରାତିରେ ଆବୁଧାବିର ୟସ୍‌ ଆଇଲାଣ୍ଡରେ ଇଣ୍ଟରନ୍ୟାଶ୍‌ନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଆଇଏଫ୍‌ଏ) ୨୦୨୪ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ବର୍ଗରେ ଅଭିନେତ୍ରୀ ଏବଂ ଅଭିନେତାମାନଙ୍କୁ ସମ୍ମାନିତ କରାଯାଇଛି। ‘ଜଓ୍ବାନ’ ଫିଲ୍ମରେ ଦମ୍‌ଦାର ଅଭିନୟ ପାଇଁ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କୁ ଏହି ସମାରୋହରେ ଶ୍ରେଷ୍ଠ
ଶାହରୁଖ୍‌ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯଇଛି। ନିର୍ଦ୍ଦେଶକ ମଣି ରନ୍ତ୍ରମ ଓ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ ଆର୍‌ ରେହମାନ୍‌ ମଞ୍ଚରେ ଶାହରୁଖ୍‌ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ‘ମିସେସ୍‌ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଫିଲ୍ମ ପାଇଁ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ଫିଲ୍ମ ‘ଆନିମଲ୍‌’କୁ ଏହି ସମାରୋହରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ କରାଯାଇଛି। ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗା ଓ ପ୍ରଯୋଜକ ଭୂଷଣ କୁମାର ଏହି ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ‘ଆନିମଲ୍‌’ ଫିଲ୍ମ ପାଇଁ ଅଭିନେତା ଅନିଲ କପୁର ଓ ବବି ଦେଓଲଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହାୟକ ଅଭିନେତା ଓ ଶ୍ରେଷ୍ଠ ଖଳନାୟକ ଭାବେ ପୁରସ୍କୃତ କରାଯାଇଛି। ଅଭିନେତା ବବି ପୁରସ୍କାର ଗ୍ରହଣ କରିବା ପରେ ଫିଲ୍ମର ପ୍ରସିଦ୍ଧ ‘ଜମାଲ କୁଡୁ’ ଗୀତର ଲୋକପ୍ରିୟ ଷ୍ଟେପ୍‌କୁ ନିର୍ଦ୍ଦେଶିତ ବଙ୍ଗାଙ୍କ ସହ କରି ଉପସ୍ଥିତ ଅତିଥି ତଥା ଦର୍ଶକଙ୍କର ମନୋରଞ୍ଜନ କରିଥିଲେ। ସେହିପରି ‘ଆନିମଲ୍‌’ ଫିଲ୍ମର ‘ଅର୍ଜନ ଭେଲି’ ଗୀତ ପାଇଁ ସଙ୍ଗୀତଜ୍ଞ ଭୂପିନ୍ଦର ବବ୍ବଲଙ୍କୁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର(ପୁରୁଷ) ପୁରସ୍କାର ମିଳିଛି। ପରିବାର ସହ ଜନ୍ମଦିନ ପାଳନ କରୁଥିବାରୁ ‘ଆନିମଲ୍‌’ ଫିଲ୍ମର ମୁଖ୍ୟ ଅଭିନେତା ରଣବୀର କପୁର ଏହି ଆଓ୍ବାର୍ଡ ସେରିମୋନିରେ ଯୋଗ ଦେଇ ପାରି ନାହାନ୍ତି। ଅନ୍ୟପକ୍ଷରେ ‘ଟୁଏଲ୍‌ଭଥ୍‌ ଫେଲ୍‌’ ଫିଲ୍ମ ପାଇଁ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ଫିଲ୍ମ ‘ରକି ଔର ରାନିକି ପ୍ରେମ୍‌ କାହାନୀ’ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜେଜେ ମା’ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଛି।

ସେହିପରି ଭେଟେରାନ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀଙ୍କୁ ‘ଆଉଟଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଇନ୍‌ ଇଣ୍ଡିଆନ୍‌ ସିନେମା ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ‘ଜଓ୍ବାନ’ ଫିଲ୍ମର ‘ଚଲେୟା’ ଗୀତ ପାଇଁ ସଙ୍ଗୀତଜ୍ଞ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର (ମହିଳା) ପୁରସ୍କାର ମିଳିଛି। ତେବେ ଏହି କାର୍ଯ୍ୟକ୍ରମରେ ‘ବ୍ୟାଡ୍‌ ନ୍ୟୁଜ୍‌’ ଫିଲ୍ମର ପ୍ରସିଦ୍ଧ ଗୀତ ‘ତୌବା ତୌବା’ର ଲୋକପ୍ରିୟ ଷ୍ଟେପ୍‌ କରି ଉଭୟେ ଶାହରୁଖ୍‌ ଓ ଅଭିନେତା ଭିକି କୌଶଲ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ସେହିପରି ଭେଟେରାନ ଅଭିନେତ୍ରୀ ରେଖା, ଅଭିନେତା ପ୍ରଭୁ ଦେବା, ଶାହିଦ୍‌ କପୁର, ଅଭିନେତ୍ରୀ ଜାହ୍ନବୀ କପୁର, କ୍ରୀତି ସାନନ୍‌, ନୋରା ଫତେହି , ଅନନ୍ୟା ପାଣ୍ଡେ ପ୍ରମୁଖଙ୍କ ଡ୍ୟାନ୍ସ ପର୍‌ଫର୍‌ମାନ୍ସ ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri