ଶିଳ୍ପାଙ୍କ ସହ ଠୁମ୍‌କା ଲଗାଇଲେ ଶେହନାଜ

ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ଏବେ ତାଙ୍କ ଟକ ଶୋ’ ‘ଶେପ ଅଫ ୟୁ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ଶିଳ୍ପାଙ୍କ ଶୋ’ରେ ଶେହନାଜ ଗିଲ ପହଞ୍ଚିଛନ୍ତି । ଯାହାକୁ ନେଇ ପୁଣିଥରେ ଶୋ’ ଚର୍ଚ୍ଚାକୁ ଆସିଛି । ଏବେ ଶିଳ୍ପା ଓ ଶେହନାଜଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
କଥା ହେଲା ’ଶେପ ଅଫ ୟୁ’ର ନୂଆ ପ୍ରମୋ ରିଲିଜ୍ ହୋଇଛି । ଏଥିରେ ଶେହନାଜଙ୍କ ଧମାକାଦର ଏଣ୍ଟ୍ରି ଦେଖିବାକୁ ମିଳିଛି । ଭିଡିଓରେ ଶେହନାଜ ଗିଲଙ୍କ ଚୁଲବୁଲି ଅନ୍ଦାଜ ଦେଖିବାକୁ ମିଳିଛି । ଏଥିରେ ଉଭୟ ଅଭିନେତ୍ରୀ ଠୁମ୍‌କା ଲଗାଉଥିବା ଦେଖାଯାଇଛି । ଭିଡିଓରେ ଶେହନାଜ କହୁଛନ୍ତି ସେ ବି ଶିଳ୍ପାଙ୍କ ଭଳି ଫିଟ ରହିବାକୁ ଚାହାନ୍ତି । ଶିଳ୍ପା କହୁଛନ୍ତି ଯଦି ଆମେ ଠୁମକା ଲଗାଇବାନି ତେବେ ଏହି ଫିଗର କେଉଁ କାମକୁ । ଏହି ଭିଡିଓକୁ ନିଜେ ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ କ୍ୟାପଶନରେ ଲେଖିଛନ୍ତି ଏହା କୌଣସି ବୋରିଂ ଦିନ ନ ଥିଲା କି କେହି ବୋରିଂ ଲୋକ ନ ଥିଲେ ।
ସୂଚନାଯୋଗ୍ୟ, ନିକଟରେ ଶେହନାଜ ଗିଲ ଡବ୍ୱୁ ରତ୍ନାନିଙ୍କ ପାଇଁ ଫଟୋ ଶୁଟ କରିଥିଲେ । ଯେଉଁଥିରେ ତାଙ୍କ ଗ୍ଲାମରସ ଲୁକକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।

Share