Posted inଖେଳ

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ଭାରତ ଖେଳିବାକୁ ମନା କରିବାପରେ…

ଇସଲାମାବାଦ୍‌,୨୧।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ବାତିଲ ହେବା ପରେ ଶାହିଦ ଆଫ୍ରିଦିଙ୍କ ପ୍ରତିକ୍ରିୟା ଆସିଛି। ଏହି ମ୍ୟାଚ ଜୁଲାଇ ୨୦ ତାରିଖରେ ବର୍ମିଂହାମରେ ଖେଳାଯିବାର ଥିଲା, କିନ୍ତୁ ଶିଖର ଧାୱନ, ସୁରେଶ ରାଇନା, ହରଭଜନ ସିଂହ ସମେତ ଭାରତୀୟ ଖେଳାଳିମାନେ ପାକିସ୍ତାନ ସହିତ ଖେଳିବାକୁ ମନା କରିଥିଲେ। ଏହା ପରେ, ଆୟୋଜକମାନେ ମ୍ୟାଚ ବାତିଲ କରି କ୍ଷମା ମାଗିଥିଲେ।

ଶିଖର ଧାୱନ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଚିଠିର ଫଟୋ ଶେୟାର କରି ନିଶ୍ଚିତ କରିଥିଲେ,ସେ WCLରେ ପାକିସ୍ତାନ ବିପକ୍ଷରେ କୌଣସି ମ୍ୟାଚ ଖେଳିବେ ନାହିଁ। ରିପୋର୍ଟ ଅନୁଯାୟୀ, ହରଭଜନ ସିଂହ, ସୁରେଶ ରାଇନା, ଇରଫାନ ପଠାନ ଏବଂ ୟୁସୁଫ ପଠାନ ମଧ୍ୟ ମ୍ୟାଚରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପାକିସ୍ତାନ ଚାମ୍ପିଅନ୍ସ ଦଳର ଅଧିନାୟକ ଶାହିଦ ଆଫ୍ରିଦିଙ୍କ ପ୍ରତିକ୍ରିୟା ଆସିଛି, ସେ କହିଛନ୍ତି , ଯଦି ସେମାନେ ଖେଳିବାକୁ ଚାହୁଁ ନ ଥିଲେ ତେବେ ସେମାନଙ୍କୁ ମ୍ୟାଚ ପାଇଁ ଆସିବା ଉଚିତ୍‌ ନ ଥିଲା।

ଆଫ୍ରିଦି ଭାରତୀୟ ଖେଳାଳିଙ୍କ ମ୍ୟାଚରୁ ଓହରିଯିବା ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି ଯେ, ଇଣ୍ଡିଆ ଚାମ୍ପିଅନ୍ସର ଖେଳାଳିମାନେ ମଧ୍ୟ ଅଭ୍ୟାସ କରିଥିଲେ। ଆମେ ଏଠାକୁ କ୍ରିକେଟ ଖେଳିବାକୁ ଆସିଛୁ। ଯଦି ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ଚାହୁଁ ନ ଥିଲା, ତେବେ ଏଠାକୁ ଆସିବାକୁ ମନା କରିବା ଉଚିତ ଥିଲା। ତୁମେ ଅଭ୍ୟାସ ମଧ୍ୟ କରିଥିଲ ଏବଂ ପରେ ମନା କରିଥିଲ, ହଠାତ୍‌ ଗୋଟିଏ ଦିନରେ ସବୁକିଛି ନିଷ୍ପତ୍ତି ହୋଇଗଲା। ଖେଳ ଲୋକଙ୍କୁ ନିକଟତର କରେ, କିନ୍ତୁ ଯଦି ସବୁକିଛିରେ ରାଜନୀତି ଆସିଯାଏ, ତେବେ ଆମେ କିପରି ଆଗକୁ ବଢ଼ିବୁ। ଯଦି ଆମେ ବସି କଥା ନ ହୁଅ, ତେବେ କୌଣସି ଉନ୍ନତି ହେବ ନାହିଁ।

କିଛି ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତୀୟ ଖେଳାଳିମାନେ ମ୍ୟାଚରୁ ଓହରିଯିବାର ପ୍ରକୃତ କାରଣ ଶାହିଦ ଆଫ୍ରିଦି ଥିଲେ, ଯିଏ ପହଲଗାମ ଆକ୍ରମଣ ପରେ ଭାରତ ବିରୋଧରେ ବୟାନ ଦେଇଥିଲେ। ଏହା ପରେ, ଭାରତୀୟମାନେ କ୍ରୋଧିତ ହୋଇଥିଲେ। ଆଫ୍ରିଦି କହିଥିଲେ ଯେ, ମୁଁ କ୍ରିକେଟ ଆଗରେ କିଛି ନୁହେଁ। ଯଦି ମୁଁ ଜାଣିଥାନ୍ତି ଯେ ମୋ ଯୋଗୁ ମ୍ୟାଚ ବାତିଲ ହେଉଛି, ତେବେ ମୁଁ ପଡ଼ିଆକୁ ଯାଇ ନ ଥାନ୍ତି, କିନ୍ତୁ କ୍ରିକେଟ ଜାରି ରହିବା ଉଚିତ। ଶାହିଦ ଆଫ୍ରିଦି କ୍ରିକେଟ ଆଗରେ କିଛି ନୁହେଁ। ଖେଳ ପ୍ରଥମେ ଆସେ। ଏଥିରେ ରାଜନୀତି ଆଣିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri