ଟସ୍‌ ହାରିଲା ଶାହରୁଖ ଖାନଙ୍କ ନାଇଟ୍‌ ରାଇଡର୍ସ ଦଳ; ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହେବ। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅପରପକ୍ଷରେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନଙ୍କ ମାଲିକାନାରେ ଥିବା ନାଇଟ୍‌ ରାଇଡର୍ସ ବୋଲିଂ କରିବ। କୋଲକାତା ଦଳର ଚଳିତ ସଂସ୍କରଣରେ ଏହା ହେବ ୨ୟ ମୁକାବିଲା। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ କୋଲକାତା ୪୯ ରନରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇଥିଲା। ସେହିଭଳି ହାଇଦ୍ରାବାଦ ମଧ୍ୟ ଗୋଟିଏ ମ୍ୟାଚ୍‌ ଖେଳି ପରାଜୟବରଣ କରିଛି। ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ୧୦ ରନରେ ହାରିଥିଲା।

Share