ଦୀର୍ଘ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଗତ ପ୍ରାୟ ୨ ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରରେ ଥିବା ଶାହାରୁଖ ପୁଣିଥରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଅପକମିଂ ଫିଲ୍ମ ‘ପଠାନ’ର ଶୁଟିଂ ନଭେମ୍ବର ଶେଷ ବେଳକୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏହାପରେ ୨୦୨୧ରେ ଦୀପିକା ପାଦୁକୋନ ଓ ଜନ୍ ଅବ୍ରାହମ ଏଥିରେ ଯୋଗ ଦେବେ । ମିଡ ଡେ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’ ୨ ମାସ ପାଇଁ ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ କରାଯିବ । ଏଥିରେ ଶାହାରୁଖ ସବୁ ଆକ୍ସନ ସିନ୍ କରିବେ । ଯାହା କେବଳ ଶାହାରୁଖଙ୍କ ଅଭିନୟ ଉପରେ ପର୍ଯ୍ୟବେଶିତ ହେବ । ଏହାପରେ ୨୦୨୧ ଜାନୁୟାରୀରେ ଦୀପିକା ଓ ଜନ୍ ଏଥିପାଇଁ ଶୁଟିଂ ଆରମ୍ଭ କରିବେ । ଏହା ସିଦ୍ଧାର୍ଥଙ୍କ ପୂର୍ବ ଫିଲ୍ମ ୱାର ଭଳି ହେବ ବୋଲି କୁହାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ରୋମାଣ୍ଟିକ ଫିଲ୍ମ ହେବ । ସୂଚନାଯୋଗ୍ୟ, କିଙ୍ଗ ଖାନ୍ ଏବେ ୟୁଏଇରେ ତାଙ୍କ ଦଳ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ୨୦୨୦ରେ ଭାଗ ନେବାକୁ ୟୁଏଇ ଯାଇଛନ୍ତି । ସେଠାରେ ତାଙ୍କର ଡ୍ୟାସିଂ ଲୁକ୍ ପଠାନ ଫିଲ୍ମରେ ନଜର ଆସିବ ବୋଲି କୁହାଯାଉଛି ।

Share