‘ଲଭ୍‌‌-ହଷ୍ଟେଲ’ର ଘୋଷଣା କଲେ ଶାହାରୁଖ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସରିଥିଲେ ବି ଏବେ ବଲିଉଡ୍‌ରେ ଖୁବ୍ କମ୍ ନୂଆ ଫିଲ୍ମର ଘୋଷଣା କରାଯାଉଛି । ଏବେ ଶାହାରୁଖ ଖାଁଙ୍କ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଓ ଦୃଶ୍ୟମ ଫିଲ୍ମ ନୂଆ ଫିଲ୍ମ ‘ଲଭ-ହଷ୍ଟଲ’ର ଘୋଷଣା କରିଛନ୍ତି । ଏହାର ଲେଖକ ଓ ନିର୍ଦ୍ଦେଶକ ଅଛନ୍ତି ଶଙ୍କର ରମନ । ମିଳିଥିବା ସୂଚନାରୁ ଜଣାପଡିଛି ଏଥିରେ ସାନ୍ୟା ମାଲହୋତ୍ରା, ବିକ୍ରାନ୍ତ ମେସି ଓ ବବି ଦେୱଲ ନଜର ଆସିବେ । ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଆରମ୍ଭରେ କରାଯିବ ଓ ବର୍ଷ ଶେଷ ବେଳକୁ ଏହା ରିଲିଜ୍ କରାଯିବାର ଯୋଜନା ରହିଛି । ନିକଟରେ ଏହାର ଡିଟେଲ ପୋଷ୍ଟର ରିଲିଜ୍ କରାଯାଇଥିଲା । ଏହା ନର୍ଥ ଇଣ୍ଡିଆର ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ । ଏଥିରେ ଏକ ୟଙ୍କ କପୁଲଙ୍କ ଅସ୍ଥିର ଜୀବନ କାହାଣୀକୁ ଦର୍ଶାଯାଇଛି । ଏହି ଦମ୍ପତି ବିଶ୍ୱରେ ନିଜ ଜୀବନର ସବୁଠାରୁ ସୁନ୍ଦର ଅନ୍ତକୁ ଖୋଜୁଛନ୍ତି । ତେବେ ଏହି ଫିଲ୍ମର ଆଉ କିଛି ପୋଷ୍ଟର ଦେଖିବା ପରେ ଫିଲ୍ମ ସମ୍ପର୍କରେ ଜଣାପଡିବ ବୋଲି କୁହାଯାଉଛି ।

Share