ରିଲିଜ ପୂର୍ବରୁ ଆରମ୍ଭ ହେଲାଣି ‘ପଠାନ’ର ଜଲୱା

ମୁମ୍ବାଇ: ବେଶକିଛି ଦିନ ପରେ ବଡ ପରାଦାକୁ ଫେରୁଛନ୍ତି କିଙ୍ଗ ଖାଁ ଶାହାରୁଖ । ଫିଲ୍ମ ‘ପଠାନ’ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହାରି ଭିତରେ କିନ୍ତୁ ପଠାନକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଧମାକା ଆରମ୍ଭ କରି ସାରିଲାଣି । ଏବେ ଫିଲ୍ମ ‘ପଠାନ’ ଅଷ୍ଟ୍ରେଲିଆ, ୟୁଏଇ, ୟୁଏସ ଓ ଜର୍ମାନୀ ଭଳି ଦେଶରେ ଟିକଟେ ଆଡଭାନ୍ସ ବୁକିଂକୁ ନେଇ ଆସିଛି ଚର୍ଚ୍ଚାକୁ । ଫଳରେ ଫିଲ୍ମ ରିଲିଜ ପୂର୍ବରୁ ଓଭରସିଜ କଲେକଶନ ଆରମ୍ଭ କରିଦେଇଛି । ଖବର ଆସିଛି କି ଜର୍ମାନୀରେ ପଠାନର କଲେକସନ ସାଇଥର ଏକ ବଡ ମୁଭିକୁ ପଛରେ ପକାଇ ଦେଇଛି ।
ଓଭରସିଜ ବମ୍ପର ଆଡଭାନ୍ସ ବୁକିଂ ଓ କଲେକସନକୁ ନେଇ ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ’ର ସବୁଠି ଚର୍ଚ୍ଚା ଚାଲିଛି । ରିଲିଜର ୮ ଦିନ ପୂର୍ବରୁ ବିଦେଶରେ ଜଲୱା ଦେଖାଇଛି ମୁଭି । ଏତିକିବେଳେ ଜର୍ମାନୀରେ କୌଣସି ଭାରତୀୟ ଫିଲ୍ମର ବ୍ୟବସାୟକୁ ଦେଖିଲେ ’ପଠାନ’ ସାଉଥର ରକିଂ ସୁପରଷ୍ଟାରଙ୍କ ବ୍ଲକବୁଷ୍ଟର ଫିଲ୍ମ ‘କେଜିଏଫ ଚାପ୍ଟର ୨’କୁ ପଛରେ ପକାଇ ଦେଇଛି ।
ଆଜତକର ରିପୋର୍ଟ ଅନୁଯାୟୀ, କେଜିଏଫ ୨ ଜର୍ମାନୀରେ ୧୪୪ ୟୁରୋ କଲେକସନ କରିଛି । ଯାହାର ଭାଲ୍ୟୁ ଭାରତୀୟ ମୁଦ୍ରାରେ ପ୍ରାୟ ୧.୨ କୋଟି ହେବ । ‘ପଠାନ’ ରିଲିଜ ପୂର୍ବରୁ ଟିକେଟ ଆଡଭାନ୍ସ ବୁକିଂ ଜରିଆରେ ଜର୍ମାନୀରେ ୧୫୦ ୟୁରୋ ଅର୍ଥାତ୍ ୧.୩୨ କୋଟି ଆୟ କରିଛି । ଏଥିରୁ ସ୍ପଷ୍ଟ ହେଉଛି କି ସାଉଥର ରକି ଭାଇଠାରୁ ଆଗକୁ ଚାଲିଯାଇଛି ‘ପଠାନ’ ।
ଶାହାରୁଖ ଖାଁଙ୍କ ପ୍ରଶଂସକ ବିଶ୍ୱର କୋଣେ କୋଣେ ରହିଛନ୍ତି । ଫଳରେ ବିଦେଶରେ ‘ପଠାନ’ର ଆଡଭାନ୍ସ ବୁବିଂ ଜାରି ରହିଛି । ଫଠାନର ଫାଷ୍ଟ ଡେ ଫାଷ୍ଟ ଶୋ ଅର୍ଥାତ୍ ଓପନିଂ ଡେ ପାଇଁ ଜର୍ମାନୀରେ ଏବେ ପର୍ଯ୍ୟନ୍ତ ୪୦୦୦ ଟିକେଟର ଆଡଭାନ୍ସ ବୁକିଂ ହୋଇସାରିଲାଣି । ୱିକଏଣ୍ଡ ପାଇଁ ପ୍ରାୟ ୮୫୦୦ରୁ ୯୦୦୦ ଟିକେଟ ବିକ୍ରି ହୋଇ ସାରିଲାଣି ।

Share