କିଙ୍ଗ ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର କିଙ୍ଗ ଖାନ ଶାହାରୁଖ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୩ ତାଙ୍କ ପାଇଁ ସଫଳତାର ବର୍ଷ ବୋଲି ପ୍ରମାଣିତ ହୋଇଛି। କାରଣ ତାଙ୍କର ଦୁଇଟି ଚଳଚ୍ଚିତ୍ର ଜୱାନ ଏବଂ ପଠାନ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଉଭୟ ଚଳଚ୍ଚିତ୍ର ସାରା ବିଶ୍ୱରେ ୨ ହଜାର କୋଟିରୁ ଅଧିକ ବ୍ୟବସାୟ କରିଛନ୍ତି। ବଲିଉଡର ‘କିଙ୍ଗ ଅଫ ରୋମାନ୍ସ’ର ନାମରେ ପରଚିତ ଶାହରୁଖ ଦୁନିଆର ସବୁଠାରୁ ଧନୀ ଅଭିନେତା ତାଲିକାରେ ସାମିଲ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୪୦୦ କୋଟିରୁ ଅଧିକ। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଗୋଟିଏ ଫିଲ୍ମ ପାଇଁ ୧୦୦ ରୁ ୧୫୦ କୋଟି ଟଙ୍କା ନିଅନ୍ତି। ପଠାନରେ ସେ ମୋଟ ଲାଭର ୬୦ପ୍ରତିଶତ ଅଂଶ ନେଇଥିଲେ।
ମୁମ୍ବାଇରେ ଶାହାରୁଖ ଖାନଙ୍କ ବଙ୍ଗଳା ଦେଶର ସବୁଠାରୁ ଦାମୀ ବଙ୍ଗଳା ମଧ୍ୟରୁ ଅନ୍ୟତମ। ଏହାର ମୂଲ୍ୟ ପ୍ରାୟ ୨୦୦ କୋଟି। ଏହା ବ୍ୟତୀତ ଦୁବାଇର ପାଲ ଜୁମେରା ଠାରେ ତାଙ୍କର ଏକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି, ଯାହାର ମୂଲ୍ୟ ୧୦୦ କୋଟି ଟଙ୍କା।
ଲଣ୍ଡନରେ ଶାହାରୁଖ ଖାନଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି ଯାହାର ମୂଲ୍ୟ ୧୭୨ କୋଟି ଟଙ୍କା। ଶାହାରୁଖ ତାଙ୍କ ପରିବାର ସହିତ ଛୁଟିଦିନ ପାଳନ କରିବାକୁ ଆଲିବାଗକୁ ଯାଆନ୍ତି। ସେଠାରେ ତାଙ୍କର ଏକ ଘର ମଧ୍ୟ ଅଛି ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା।
ଶାହାରୁଖ ତାଙ୍କ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଧ୍ୟମରେ ମଧ୍ୟ ବହୁତ ରୋଜଗାର କରନ୍ତି। ଏହା ବ୍ୟତୀତ ତାଙ୍କର ରେଡ ଚିଲିସ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି।
ଶାହାରୁଖ ଖାନଙ୍କ କାର ସଂଗ୍ରହ କରିବାକୁ ଭଲ ପାଆନ୍ତି। ତାଙ୍କ ପାଖରେ ରୋଲ୍ସ-ରୋଏସ ଫାଣ୍ଟମ ଡ୍ରପହେଡ କୁପ, ରୋଲ୍ସ-ରୋଏସ କୁଲିନାନ ବ୍ଲାକ, ବିଏମଡବ୍ଲୁ ୭-ସିରିଜ, ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି, ବୁଗାଟୀ ଭେରନ, ବିଏମଡବ୍ଲୁ ୬-ସିରିଜ କନଭର୍ଟିବଲ, ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ସ୍ପୋର୍ଟ ଭଳି ଅନେକ କାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri