ଜନ୍ ଆବ୍ରହମଙ୍କୁ କିସ୍ କଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ , ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ଷ୍ଟାରର ମୁଭି ‘ପଠାନ’ ଏବେ ବକ୍ସ ଅଫିସରେ କମାଲ କରିଛି । ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲପାଇବା ମିଳୁଛି । ଏହି ସଫଳତାକୁ ନେଇ ଏକ ପ୍ରେସ କନଫରେନ୍ସର ଆୟୋଜନ କରାଯାଇଥିଲା । ଯେଉଁଥିରେ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ ନଜର ଆସିଥିଲେ । ଏହି ସମୟରେ କିଙ୍ଗ ଖାଁ ଶାହାରୁଖ ଭରି ମେହେଫିଲରେ ଜନ୍ ଆବ୍ରାହମଙ୍କୁ କିସ୍ କରି ସରପ୍ରାଇଜ୍ ଦେଇଥିଲେ ।
ଶାହାରୁଖ ଯେତେବେଳେ ନିଜ ସିଟରୁ ଉଠିଯାଇ ଜନଙ୍କୁ କିସ୍ କରିଥିଲେ ସେତେବେଳେ ଏକ୍ସାଇଟେଡ ଥିବା ଅଡିଅନ୍ସ ଓ ଫ୍ୟାନ୍ସ ପୁଣିଥରେ କିସ୍ କରିବାକୁ ଶାହାରୁଖଙ୍କ କହିଥିଲେ । ହେଲେ ଅଭିନେତା ମଜାକରେ କହିଥିଲେ, ମୁଁ ପ୍ୟାରରେ ପବ୍ଲିକ ଡିସପ୍ଲେରେ ବିଶ୍ୱାସ କରେ ନାହିଁ । ଇମେଣ୍ଟରେ ଜନ ନିଜ ଜିମର ଅଭିନୟକୁ ନେଇ ଏକ୍ସପିରିଏନ୍ସ ଶେୟାର କରୁଥିଲେ । ସେ କହୁଥିଲେ ଜିମ କୁଲ ହୈ.. ଏହି ସମୟରେ ଶାହାରୁଖ ଉଠିଯାଇ ଜନଙ୍କୁ କିସ୍ କରିଥିଲେ । ଏହାପରେ ଅଡିଅନ୍ସ ଦୀପିକା-ଦୀପିକା-ଦୀପିକା ଚିଲାଇଥିଲେ । ହେଲେ ଶାହାରୁଖ କହିଥିଲେ ମୁଁ ଦୀପିକାଙ୍କୁ ଅନେକ ଥର କିସ୍ କରିଛି ହେଲେ ଜନଙ୍କ ସହ ଏହା ପ୍ରଥମଥର ହେଲା, ଏହା ଖୁବ୍ ଭିନ୍ନ ଥିଲା । ଏହାପରେ ଜନ୍ କହିଥିଲେ, ଏତେ ଭଲପାଇବା, ପ୍ରଥମଥର, ମୋତେ ଲାଗୁଛି ମୁଁ ଲାଜେଇ ଯାଉଛି ।

Share