ଗୌରୀଙ୍କ ପାଇଁ ଜେଲ୍‌ ଯାଇଥିଲେ ଶାହରୁଖ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଶାହାରୁଖ ଖାନ ଜଣେ ମୁସଲମାନ ଏବଂ ଗୌରୀ ପଞ୍ଜାବୀ ପରିବାରରୁ ଆସିଛନ୍ତି। ଉଭୟଙ୍କ ପ୍ରେମ ସମସ୍ତଙ୍କ ଏକ ଉଦାହରଣ ସୃଷ୍ଟି କରିଛି। ଶାହାରୁଖ ୧୯୮୮ରେ ପ୍ରଥମ ଥର ପାଇଁ ଗୌରୀଙ୍କୁ ଭେଟିଥିଲେ ଶାହରୁଖ। ପ୍ରଥମ ଦେଖାରେ ତାଙ୍କୁ ହୃଦୟ ଦେଇ ବସିଥିଲେ ସେ। ଶାହରୁଖ ଗୌରୀଙ୍କ ପ୍ରେମରେ ଏତେ ପାଗଳ ଥିଲେ ଯେ, ଥରେ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ଶାହାରୁଖ ୨୫ ଅକ୍ଟୋବର ୧୯୯୧ରେ ଗୌରୀଙ୍କୁ ବିବାହ କରିଥିଲେ। ପରେ ସେ ତାଙ୍କ କ୍ୟାରିୟର କରିବାକୁ ମୁମ୍ବାଇ ଆସିଥିଲେ। ୨୦୧୨ ମସିହାରେ, ତେହେଲକା ଥିଙ୍କ୍‌ର ଏକ କାର୍ଯ୍ୟକ୍ରମ ସମୟରେ ଶାହାରୁଖ ଖଣ୍ଡା ଆକ୍ରମଣ ବିଷୟରେ କହିଥିଲେ। ୧୯୯୩ରେ ତାଙ୍କ ଫିଲ୍ମ ‘କଭି ହଁ, କଭି ନା’ ଆସିଥିଲା। ସେହି ସମୟରେ ସାମ୍ବାଦିକ ଜଣେ ଅଭିନେତ୍ରୀଙ୍କ ସହ ଶାହରୁଖଙ୍କ ସମ୍ପର୍କ ଥିବା ଖବର ପ୍ରକାଶ କରିଥିଲେ। ଏହା ଜାଣି ଗୌରୀ ବହୁତ ରାଗି ଯାଇଥିଲେ। ସେହି ସମୟରେ ସେ ଭାବିବାକୁ ଲାଗିଲେ ଯେ ସେ ଶାହାରୁଖଙ୍କୁ ବିବାହ କରି କୌଣସି ଭୁଲ୍‌ କରିନାହାନ୍ତି ତ?
ଗୌରୀଙ୍କ ଦୁଃଖି ଥିବା ଦେଖି ଶାହାରୁଖ ବହୁତ ରାଗିଗଲେ। ସେ କହିଥିଲେ ଯେ ମୋ ଶ୍ୱଶୁର ଜଣେ ସେନା ଅଧିକାରୀ। ପଞ୍ଜାବୀ ବିବାହରେ ଗୌରୀଙ୍କ ସୁରକ୍ଷା ସୁରକ୍ଷା ଦେବା ପାଇଁ ଶ୍ୱଶୂର ତାଙ୍କୁ ଏକ ଖଣ୍ଡା ଦେଇଥିଲେ। ମୁଁ ଭାବିଲି ଏହା ଏକ ଭଲ ଅସ୍ତ୍ର। ଏହା ଭାରତୀୟ ସେନା ଦ୍ୱାରା ଅନୁମୋଦିତ ହୋଇଛି। ଖଣ୍ଡା ଧରି ମୁଁ ସାମ୍ବାଦିକଙ୍କ ଘରେ ପହଞ୍ଚି ଖବର ଏଭଳି ଖବର ନ ଛାପିବାକୁ ଧମକ ଦେଇ ଶୁଟିଂ ସେଟ୍‌କୁ ଫେରିଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ସେଟରେ କିଛି ପୋଲିସ ଆସି ତାଙ୍କୁ ଥାନାକୁ ନେଇଥିଲେ। ଏହି ସମୟରେ ତାଙ୍କୁ କେବଳ ଗୋଟିଏ କଲ କରିବାକୁ ଅନୁମତି ଦିଆଯାଇଥିଲା। ଶାହାରୁଖ ସେହି ସାମ୍ବାଦିକଙ୍କୁ ଧମକ ଦେବା ପାଇଁ ତାଙ୍କୁ କଲ୍‌ କରି କହିଥିଲେ ଯେ, ମୁଁ ଜେଲ୍‌ ଯାଇଛି। ଏଠୁ ବାହାରିଲେ ତୋତେ ହାଣିଦେବି। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଅଭିନେତା ନାନା ପାଟେକର ଜେଲରୁ ମୁକ୍ତ କରିଥିଲେ। ନାନା ମଧ୍ୟ ଶାହରୁଖଙ୍କ ସହ ଫିଲ୍ମ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri