ଗୋଟିଏ ବର୍ଷରେ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଅଭିନେତା ହେଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ଯବାନ ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ କରି ଚାଲିଛି। ଏହି ମୁଭିଟି ବର୍ତ୍ତମାନ ଓ୍ବାର୍ଲଡ ଓ୍ବାଇଡ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗଦେବା ପାଇଁ ଅତି ନିକଟତର ହୋଇଛି। ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ଆୟ କରିଛି। ଏହା ସହ ଶାହାରୁଖ ଖାଁ ବର୍ତ୍ତମାନ ତାଙ୍କ ନାମରେ ଏକ ନୂଆ ରେକର୍ଡ କରିଛନ୍ତି।

ଶାହାରୁଖ ପ୍ରଥମ ବଲିଉଡ ତଥା ଦ୍ୱିତୀୟ ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏକି ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା କଲେକଶନ କରିଛନ୍ତି। ଚଳିତ ବର୍ଷ (୨୦୨୩) ଶାହାରୁଖ ଖାଁଙ୍କ ଅଭିନୀତ ‘ପଠାନ’ ଏବଂ ‘ଯବାନ’ ମୁଭି ସିନେମା ହଲରେ ମୁକ୍ତିଲାଭ କରିଛି। ଉଭୟ ମୁଭିକୁ ଏକାଠି କରି ଅଭିନେତା ୧୦୦୦ କୋଟିରୁ ଅଧିକ ରୋଜଗାର କରିଛନ୍ତି ଏବଂ ଏହା କରିବାରେ ପ୍ରଥମ ବଲିଉଡ ଅଭିନେତା ହୋଇଯାଇଛନ୍ତି।
ଶାହାରୁଖଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି। ତାଙ୍କର ମୁଭି ଯବାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛି। ଚଳିତ ବର୍ଷ ଜାନୟାରୀରେ ରିଲିଜ ହୋଇଥିବା ‘ପଠାନ’ର ମୋଟ କଲେକଶନ ୫୪୩ କୋଟି ହୋଇଥିବାବେଳେ ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିଥିବା ଯବାନ ମାତ୍ର ୧୫ ଦିନ ମଧ୍ୟରେ ୫୨୭.୩୮ କୋଟି ଟଙ୍କା ଆୟ କରିଛି। ଏହିପରି କିଙ୍ଗ ଖାଁ ଗୋଟିଏ ବର୍ଷରେ ୧୦୦୦କୋଟିରୁ ଅଧିକ ଆୟ କରି ତାଙ୍କ ନାମରେ ଏକ ନୂଆ ରେକର୍ଡ କରିଛନ୍ତି।
ସୂଚନା ଅନୁଯାୟୀ, ଘରୋଇ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗ ଦେଇଥିବା ଶାହାରୁଖ ଖାଁ ଦ୍ୱିତୀୟ ଭାରତୀୟ ଅଭିନେତା ହୋଇଛନ୍ତି। ଏହା ପୂର୍ବରୁ ସାଉଥ ସୁପରଷ୍ଟାର ପ୍ରଭାସଙ୍କର ଏହି ରେକର୍ଡ ଥିଲା। ଅଭିନେତାଙ୍କ ମୁଭି ବାହୁବଳି ୨୦୧୭ରେ ରିଲିଜ ହୋଇଥିଲା, ଯାହା ଘରୋଇ ବକ୍ସ ଅଫିସରେ ୧୦୩୦.୪୨ କୋଟି ଟଙ୍କା କଲେକଶନ କରିଥିଲା । ଏସଏସ ରାଜାମୌଳିିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମୁଭି ସାରା ବିଶ୍ୱରେ ଅନେକ ରେକର୍ଡ ଭାଙ୍ଗି ଖୁବ ଭଲ କଲେକଶନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri