ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖଙ୍କ ଫିଲ୍ମ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅପ୍‌ କମିଂ ଫିଲ୍ମ ‘ପଠାନ’ର କିଛି ଦୃଶ୍ୟ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶୁଟିଂ ହେବ। କିଙ୍ଗ୍‌ ଖାନ ଓ କୋ ଷ୍ଟାର ଜନ ଆବ୍ରାହମଙ୍କ ଷ୍ଟଣ୍ଟ ମ୍ୟାନ  ବୁର୍ଜ  ଖଲିଫାରେ ଆକ୍ସନ ସିନ ଶୁଟ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗତ ସପ୍ତାହରେ କୋକା କୋଲା ଏରିନାରେ କାର ଚେଜର କିଛି ଦୃଶ୍ୟ ଶୁଟ୍‌ ହୋଇଛି। ଏବେ  ବୁର୍ଜ  ଖଲିଫାରେ ପହଞ୍ଚିଛି ଫିଲ୍ମର ପୂରା କାଷ୍ଟ। ଟମ କ୍ରୁଜଙ୍କ ହଲିଉଡ୍‌ ଫିଲ୍ମ ‘ମିସନ ଇମପସିବୁଲ : ଘୋଷ୍ଟ ପ୍ରୋଟାକଲ’ ଭଳି ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। ବଲିଉଡ୍‌ର ଫ୍ରାୟତଃ ଫିଲ୍ମ ବିଶ୍ୱର ଉଚ୍ଚତମ କୋଠା ବାହାରେ ଶୁଟିଂ ହୁଏ।

ଫିଲ୍ମ ‘ପଠାନ’ରେ ଶାହାରୁଖ ଓ ଦୀପିକା ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ। ର’ ବିଭାଗର ମୁଖ୍ୟ ଭାବେ ଅଭିନୟ କରୁଛନ୍ତି ଡିମ୍ପଲ କପାଡିଆ। ଉଲ୍ଲେଖଥାଉ କି, ଫିଲ୍ମ ‘ଜିରୋ’ ରିଲିଜ ହେବାର ୩ ବର୍ଷ ପରେ ଶାହାରୁଖଙ୍କୁ ବଡ଼ ସ୍କ୍ରିନରେ ଦେଖିବାକୁ ମିଳିବ।

Share